ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିପୁଳ ପରିମାଣର କୋଭିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ ପୋଡ଼ା ଯାଉଥିବାର ଦେଖିବାକୁ ମିଳିଛି । ଏଗୁଡ଼ିକୁ ବ୍ୟବହାର କରା ନଯାଇ ବେଆଇନ ଭାବେ ନଷ୍ଟ କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବୀ ହୋଇଛି । ତେବେ ଏନେଇ ମେଡିକାଲ କତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
କୋଭିଡ ଟେଷ୍ଟିଙ୍ଗ କିଟ୍ ପୋଡ଼ି ଦେଲେ ମେଡ଼ିକାଲ କର୍ତ୍ତୃପକ୍ଷ !!!

