Site icon Awaj Media

ବରାଳ ମା କାଳୀ ପୂଜା କମିଟି ପକ୍ଷରୁ ଥାନା ଅଧିକାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ।

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଥାନା ନୂତନ ଥାନା ଅଧିକାରୀ ଅନିତା ସାହୁଙ୍କୁ ସାଂସ୍କୃତିକ ଅନୁଷ୍ଠାନ ‘ବରାଳ ମା’ କାଳୀ ପୂଜା କମିଟି’ ପକ୍ଷରୁ ଥାନା ପରିସରରେ ସ୍ଵାଗତ ଜଣାଇବା ସହ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ପଣ୍ଡିତ ଜଗଦୀଶ ତ୍ରିପାଠୀ, ପଲ୍ଲୀ ମଙ୍ଗଳ ସଭାପତି ତଥା ରାଜନୀତିଜ୍ଞ ସୁରେନ୍ଦ୍ର ନାଥ ବେହେରା, ବଜାର କମିଟି ସଭାପତି ସଙ୍ଗଠକ ରମେଶ ବେଉରା, ସମ୍ପାଦକ ସମାଜସେବୀ ଲକ୍ଷ୍ମୀଧର ବେଉରା, କୋଷାଧ୍ୟକ୍ଷ ଡାକ୍ଟର ସୁବାଷ ଚନ୍ଦ୍ର ସାହୁ, ସହ ସମ୍ପାଦକ ଗୀତିକାର ସନାତନ ବେଉରା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version