Site icon Awaj Media

ବାଣପୁରରେ ସ୍ଵାମୀ ବିବେକାନନ୍ଦଙ୍କ ୧୫୯ ତମ ଜୟନ୍ତୀ ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ନୂତନ ଭାବେ ଗଢି ଉଠିଥିବା ସ୍ଵାମୀ ବିବେକାନନ୍ଦ ସେବା ସଂଘ ପକ୍ଷରୁ ସ୍ଵାମୀ ବିବେକାନନ୍ଦଙ୍କ ୧୫୯ତମ ଜୟନ୍ତୀ ପାଳିତ ହୋଇଯାଇଛି . ସଂଗଠନର କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହୋଇ କୋଭିଡ କଟକଣା ନିୟମବଳି କୁ ପାଳନ କରି ଗତକାଲି ଅପରାହ୍ନ ରେ ବାଣପୁର କାଣ୍ଡି କମ୍ପ୍ଲେକ୍ସରେ ଥିବା ସଂଘର କାର୍ଯ୍ୟଳୟ ଠାରେ କାର୍ଯ୍ୟକ୍ରମ ପାଳନ କରିଥିଲେ । ସ୍ଵାମୀ ବିବେକାନନ୍ଦ ସେବା ସଂଘର ସଭାପତି ବିଦ୍ୟୁତ କୁମାର କାଣ୍ଡି, ଉପ-ସଭାପତି ଶ୍ରୀକାନ୍ତ ପଲାଇ , ଟି. ମୋହନ ଦାସ, କାଳୁ ଚରଣ ନାୟକ, ଯମୁନା ନାୟକ ଏବଂ ଆଉ କିଛି ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ । ଆଗକୁ ସଂଗଠନର କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା ହୋଇଥିଲା ।

Exit mobile version