Site icon Awaj Media

କୋର୍ଟ ପରିସର କୁ କୋଭିଡ ଗାଇଡ଼ ଲାଇନରେ ଅନ୍ତର୍ଭୁକ୍ତ କରିବା ପାଇଁ କାର୍ଯ୍ୟକାରୀ କମିଟି ର ବୈଠକ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳରେ ଦିନକୁ ଦିନ କରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପେକ୍ଷୀରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ କୋର୍ଟର ଓକିଲ ସଂଘର ସଭାପତି ସିଦ୍ଧଶ୍ୱର ଦାଶ ଓ ସମ୍ପାଦକ ଅଜିତ କୁମାର ପଟ୍ଟନାୟକଙ୍କ ସମେତ କାର୍ଯ୍ୟକାରୀ ସଦସ୍ୟଙ୍କ ଏକ ଆପାତକାଳୀନ ବୈଠକ ଡକାଇ କୋର୍ଟ କାର୍ଯ୍ୟ ଉପରେ କୋଭିଡ ଗାଇଡ଼ ଲାଇନ ଜୋରଦାର କରିବା ପାଇଁ ନିଷ୍ପତି ନିଆଯାଇଛି । ଏନେଇ ଏକ ପତ୍ର ଫୁଲବାଣୀ ଅଦାଲତର ସମସ୍ତ ବିଚାରପତିଙ୍କ ନିକଟକୁ ପ୍ରେରଣ କରାଯିବାକୁ ନିଷ୍ପତ୍ତି ହୋଇଛି । ଆଗାମୀ ୧୭ ତାରିଖ ଠାରୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଜଜଙ୍କ ନିକଟକୁ ପଠାଯାଇଛି ବୋଲି ସମ୍ପାଦକ ଅଜିତ ପଟ୍ଟନାୟକ ସୂଚନା ଦେଇଛନ୍ତି । କୋର୍ଟ ପରିସରରେ ସଂକ୍ରମଣର ସମ୍ଭାବନା ଅଧିକ ହୋଇପାରେ ବୋଲି ଏହିଭଳି ପଦକ୍ଷେପ ନିଆଯିବା ସହ କୋର୍ଟ ଭିତରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯିବା ଓ କୋର୍ଟ ପରିସରରେ ଜନ ଗହଳି ନକରିବା ପାଇଁ ନିଷ୍ପତି ନିଆଯାଇଛି ବୋଲି ଜଣାପଡିଛି । ବୈଠକରେ ଚେୟାରମ୍ୟାନ ହରିଶ୍ଚନ୍ଦ୍ର ମହାରଣା, ସହ ସମ୍ପାଦକ ପ୍ରଦୀପ୍ତ ରଞ୍ଜନ ନାୟକ, କମିଟି ସଦସ୍ୟ ଅନିତା ସାହୁ,ନନ୍ଦିତା କୁମାରୀ, ଆଦିତ୍ୟ ପ୍ରସାଦ ତ୍ରିପାଠୀ,ବିରେନ୍ଦ୍ର ସୁବୁଦ୍ଧି, ଗୋୖରୀ ଶଙ୍କର ବେହେରା,ବୀଣା ପାଣି ପ୍ରଧାନ,ପଙ୍କଜ ଦିଗାଲ,ଦୁର୍ଗା ଶଙ୍କର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଵିଜୟ କୁମାରମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version