Site icon Awaj Media

ମଣ୍ଡି ଖୋଲିଲା ହେଲେ ମିଲର ଧାନ ନେଲେନାହିଁ : ପ୍ରତିବାଦରେ ବିଜେପି ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଚଳିତ ବର୍ଷ ଖୋର୍ଦ୍ଧା ବ୍ଲକର କଂପୁର ସେବା ସମବାୟ ସମିତି ନାଁରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ଏକ ଧାନ ମଣ୍ଡି ଉଦଘାଟନ ହୋଇଥିଲା । ଏଥିରେ ଚାଷୀ ଗାଡି ଭଡ଼ାକରି ମଣ୍ଡିକୁ ଧାନ ଆଣିଥିଲେ। କିନ୍ତୁ ମିଲର ଧାନ ମାନ ନିର୍ଦ୍ଧାରଣ ଉପରେ ଅସନ୍ତୁଷ୍ଟ ହୋଇ ଫେରି ଯିବା ଫଳରେ ଚାଷୀ ଧାନ ବିକ୍ରୀ ହୋଇ ପାରି ନ ଥିଲା । ତାରି ପ୍ରତିବାଦରେ ଆଜି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜଙ୍କ ନେତୃତ୍ୱରେ ରାଜ୍ୟ କୃଷକ ମୋର୍ଚ୍ଚା ପ୍ରତିନିଧି ମଣ୍ଡଳୀର କୋଷାଧ୍ୟକ୍ଷ ବିଶ୍ଵଜିତ ସ୍ବାଇଁ ,ରାଜ୍ୟ କାରିଣୀ ସଦସ୍ୟ କାଳୁ ଖଣ୍ଡାୟତରାୟ,ସଂଯୋଜକ ହିତେଶ ମହାପାତ୍ର ଓ କଂପୁର ପଞ୍ଚାୟତ ର ଚାଷୀଭାଇ ମାନଙ୍କ ସହ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ସହ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Exit mobile version