Site icon Awaj Media

ଘୁଡୁକାବାରି ଗ୍ରାମରେ ମାଘପୋଡା ପର୍ବ ପାଳିତ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ପଞ୍ଚାୟତ ର ଘୁଡୁକାବାରି ଗ୍ରାମରେ ମାଘପୋଡା ପର୍ବ ନିରାଡ଼ମ୍ବର ଭାବରେ ପାଳନ ହୋଇଛି l ଆଦିବାସୀ ମାନଙ୍କର ମୁଖ୍ୟ ପର୍ବ ମାଘପୋଡା, ଗାଁ ଦାଣ୍ଡରେ ଶୁଖିଲା କାଠ ଗଦା କରି ଗାଁ ଠାକୁର ଙ୍କ ଆଜ୍ଞା ମାଳ ଆଣନ୍ତି l ପୁଅ, ଝିଅ, ପୁରୁଷ, ମହିଳା, ସମସ୍ତେ ମିଶି ସନ୍ଧ୍ୟା ସମୟରେ ଗାଁ ଯାନୀ ଦ୍ଵାରା ପୂଜା ପାଠ କରି ବାଜା ବଜାଇ ଗଦା କାଠ ରେ ଅଗ୍ନି ସଂଯୋଗ କରନ୍ତି l ଏବଂ ନାଚ ଗୀତ କରି ମସଗୁଲ ହୁଅନ୍ତି କୁଇ ସମ୍ପ୍ରଦାୟର ଆଦିବାସୀ ମାନେ l ଠାକୁର ଙ୍କ ପାଖରେ ବିଶ୍ୱାସ ରଖନ୍ତି ମାଘପୋଡା ରେ ସେମାନଙ୍କର ସବୁ ଦୁଃଖ, ସମସ୍ୟା, ଅସୁବିଧା, ନିଆଁ ରେ ପୋଡି ହୋଇ ଥାଏ ଏବଂ ସୁଖ ଶାନ୍ତି ଆସିଥାଏ l କେଉଁ କାଳରୁ ଆଦିମ ଅଧିବାସୀ ମାନଙ୍କର ପ୍ରଥା, ପରମ୍ପରା ରହିଆସିଛି, ଯାହା ଏକ ଭିନ୍ନ ପରମ୍ପରା ଅଟେ l ଖାଲି ଘୋଡ଼କବାରି ଗ୍ରାମ ନୁହେଁ ପ୍ରତ୍ୟେକ ଆଦିବାସୀ ବହୁଳ ଗ୍ରାମରେ ଏହି ପର୍ବ ପାଳନ ହୋଇଥାଏ , ତେବେ ଚଳିତ ବର୍ଷ କରୋନା ଯୋଗୁଁ ମଞ୍ଚ ନାଟକ ବନ୍ଦ କରିଛନ୍ତି , କିନ୍ତୁ ପରମ୍ପରା କୁ ବଞ୍ଚାଇ ରଖିଛନ୍ତି ଆଦିମ ଆଦିବାସୀ l

Exit mobile version