Site icon Awaj Media

ଶିକ୍ଷା ପାଇଁ ଶ୍ରୀମତୀ ନିଳିମା ବନ୍ଦୋପାଧ୍ୟୟ ଙ୍କୁ ମିଳିଲା ଜାତୀୟ ସ୍ତରରେ ଦୁଇଟି ସମ୍ମାନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ୱାରଣ୍ଡଲ୍ୟାଣ୍ଡ ଏଜୁକେଶନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀମତୀ ନିଳିମା ବନ୍ଦୋପଧ୍ୟାୟ ଙ୍କୁ ଶିକ୍ଷା ପାଇଁ ଜାତୀୟ ସ୍ତରରେ ଦୁଇଟି ସମ୍ମାନ ମିଳିଥିବାର ସୂଚନା ମିଳିଛି । ନିଜର ୨୦ବର୍ଷ କ୍ୟାରିୟରରେ ଶ୍ରୀମତୀ ବନ୍ଦୋପଧାୟ ଓଡ଼ିଶାର ବିଭିନ୍ନ ସ୍ଥାନରେ ସାମାଜିକ କାର୍ଯ୍ୟରେ ଜଡ଼ିତ ଅଛନ୍ତି । ଓଡ଼ିଶାରେ ଘଟୁଥିବା ମହାବାତ୍ୟା ହେଉ ବା ମହାମାରୀ କରୋନା ହେଉ କିମ୍ବା ଅନ୍ୟ କୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଉ, ପ୍ରତିଟି ସମୟରେ ଲୋକଙ୍କ ପାଖରେ ପହଞ୍ଚି ସହଯୋଗର ହାତ ବଢାଇଥାନ୍ତି ଶ୍ରୀମତୀ ବନ୍ଦୋପଧ୍ୟାୟ । ଛୋଟବେଳୁ ତାଙ୍କର ମୂଳ ଲକ୍ଷ୍ୟ ଥିଲା ଦେଶ ଓ ଦେଶବାସୀଙ୍କ ସେବା କରିବା । ସେ ସୁବାଷ ବୋଷ, ରବୀନ୍ଦ୍ରନାଥ ଟାଗୋର, ମଦର ଟେରେସାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜସେବାକୁ ଆପଣାଇଥିବା ଶ୍ରୀମତୀ ବନ୍ଦୋପଧ୍ୟାୟ କାହାର ସହାୟତା ନ ନେଇ ନିଜର ଲକ୍ଷ୍ୟପଥରେ ଆଗେଇ ଗଲିଛନ୍ତି । ଏସହିତ ୧୦ ବର୍ଷ ତଳେ ସୁନ୍ଦରପଦାରେ ଆରମ୍ଭ କରିଥିବା ଏକ ପ୍ରାଇମେରୀ ସ୍କୁଲ ଏବେ ଏକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପରିଣତ ହୋଇଛି । ଏହି ଶିକ୍ଷାନୁଷ୍ଠାନରେ ଗରିବ ଶ୍ରେଣୀର ପିଲାମାନଙ୍କୁ ଶିକ୍ଷାଦାନ କରାଯାଉଛି । ତାଙ୍କର ଏପରି ପ୍ରୟାସକୁ ହୃଦୟଙ୍ଗମ କରି ବିଗତ ଦୁଇ ବର୍ଷ ମଧ୍ୟରେ ନ୍ୟାସନାଲ ଏଜୁକେଶନାଲ ଏକ୍ସଲେନ୍ତି ଆୱାର୍ଡ଼ ଏବଂ ୧୦୦ ମହିଳା ଆଇକନ ଇଣ୍ଡିଆ ଆୱାର୍ଡ଼ରେ ଶ୍ରୀମତୀ ବନ୍ଦୋପଧ୍ୟାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏଥି ସହିତ ତାଙ୍କର ସଂଘର୍ଷମୟ କାହାଣୀକୁ ଲୋକଲୋଚନକୁ ଆଣିବା ତାଙ୍କର ମୂଳ ଲକ୍ଷ୍ୟ । କାରଣ ତାଙ୍କର ଏହି ସଂଘର୍ଷମୟ ଜୀବନରେ ଅନୁପ୍ରାଣିତ ହୋଇ ଆଜିର ଯୁବସମାଜ ଆଗକୁ ବାହାରି ଗରିବ, ଅସହାୟ ଓ ନିରାଶ୍ରୟ ଲୋକଙ୍କୁ ସହାୟତାର ହାତ ବଢାନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି । ଶ୍ରୀମତୀ ବନ୍ଦୋପଧ୍ୟାୟଙ୍କ ଏହି ପ୍ରୟାସକୁ ରାଜ୍ୟର ସବୁ ମହଲରୁ ପ୍ରଶଂସା କରାଯାଇଛି ।

Exit mobile version