Site icon Awaj Media

ବିଶିଷ୍ଟ ସମାଜସେବୀ ବିଜୟ କୁମାର ଜେନାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷୀଣୀ ସମାଜ ସଭାଗୃହରେ ପାରଳା ତଥା ଗୁରାଣ୍ଡି ନିବାସୀ ପ୍ରାକ୍ତନ ପାରଳାଖେମୁଣ୍ଡି ବିଧାୟକ ବିଶିଷ୍ଟ ସମାଜସେବୀ ବିଜୟ କୁମାର ଜେନାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ୮୨ ବର୍ଷ ବୟସରେ ଗତକାଲି ବିଳମ୍ବିତ ରାତ୍ରୀରେ ବ୍ରହ୍ମପୁର ପ୍ରସ୍ତାବିତ ଜରୁରୀ ଚିକିତ୍ସା ଯିବା ଅବସରରେ ଦେହାନ୍ତ ହୋଇଥିଲା । ଜଣେ ମିଷ୍ଟଭାଷୀ ,ସରଳ, ନିଷ୍ଠାପର, କର୍ମଠ, ଚାଷ ଓ ଚାଷୀଙ୍କୁ , ମାଟିର ମଣିଷ ଭାବେ ପରିଚିିତ ଗଜପତି ବାସୀ ଦିବଂଗତ ଜେନା ମହୋଦୟ ଙ୍କୁ କେବେବି ଭୁଲି ପାରିବ ନାହିଁ ବୋଲି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ମତ ପୋଷଣ କରିଥିଲେ । ସ୍ୱର୍ଗତ ଜେନା ଶେଷ ନିଃଶ୍ୱାସ ଛାଡ଼ିବା ପର୍ଯ୍ୟନ୍ତ ଜଳସେଚନର ଅବାଧ ବିକାଶ ପାଇଁ ତାଙ୍କର ଉଦ୍ୟମ ଜାରି ରଖିଥିଲେ । ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ସଭାପତି ଭାବେ ଯୋଗଦାନ କରିଥିବା ବେଳେ, ଗୁରୁଗୌରବ ଗୋରଚନ୍ଦ୍ର ପଣ୍ଡା, ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଭାରତ ଭୂଷଣ ମହାନ୍ତି, ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ଭାଗବତ ପାଢ଼ୀ, ସୂର୍ଯ୍ୟନାରାୟଣ ପଟନାୟକ, ଜଗଦୀଶ ମହାପାତ୍ର, ହରିମୋହନ ପଟ୍ଟନାୟକ, ତ୍ରିପତି ପ୍ରସାଦ ପଣ୍ଡା, ପଣ୍ଡିତ ନରସିହ ଗୌଡ, ଅରକ୍ଷିତ ପାତ୍ର ପ୍ରଭୃତି ଦିବଂଗତ ଜେନାଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ ।

Exit mobile version