Site icon Awaj Media

ଦିଲୁ ମେମୋରିଆଲ କପ ର ଉଦଯାପନୀ ଉତ୍ସବ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା କଇଥଗାଡ଼ିଆ ଗ୍ରାମରେ ବାଲୁଙ୍କେଶ୍ୱର ବ୍ୟାଟମିଣ୍ଟନ କ୍ଲବ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏଥିରେ ରାଜ୍ୟର ବହୁତ ସ୍ଥାନ ରୁ ଖେଳାଳି ଅଂଶଗ୍ରହଣ କରିଥିଲେ । ପ୍ରଥମ ସେମିଫାଇନାଲ ଢେଙ୍କାନାଳ ଏବଂ କେଉଁଝର ମଧ୍ୟରେ ହୋଇଥିଲା । ପ୍ରଥମ ସେଟ୍ ରେ କେଉଁଝର ଏବଂ ଢେଙ୍କାନାଳ ଉଭୟ ଗୋଟିଏ ସେଟ ଜିତିଥିବା ବେଳେ ଦ୍ୱିତୀୟ ସେଟ ରେ କେଉଁଝର ଲଗାତର ତୃତୀୟ ସେଟ ଟି ଜିତି ଫାଇନାଲ ରେ ପ୍ରବେଶ କରିଥିଲା ଏବଂ ଦ୍ୱିତୀୟ ସେମିଫାଇନାଲ ଟି ଅନୁଗୁଳ ଓ ବାଲେଶ୍ୱର ମଧ୍ୟରେ ହୋଇଥିବା ବେଳେ ଅନୁଗୁଳ ଦୁଇଟି ଯାକ ସେଟ ଜିତି ଫାଇନାଲ ରେ ପ୍ରବେଶ କରିଥିଲା . ଫାଇନାଲ ମ୍ୟାଚ୍ ଟି ଅନୁଗୁଳ ଏବଂ କେଉଁଝର ମଧ୍ୟରେ ହୋଇଥିବା ବେଳେ କେଉଁଝର ଦଳ ପ୍ରଥମ ସେଟ ଟି ଜିତିଥିଲେ ଏବଂ ଦ୍ୱିତୀୟ ସେଟ ଟି ଅନୁଗୁଳ ଦଳ ଜିତିଥିଲେ ଏବଂ ଲଗାତର ତୃତୀୟ ସେଟଟି ଜିତି ଦିଲୁ ମେମୋରିଆଲ୍ କପ୍ ର ବିଜେତା ହୋଇଥିଲେ । ଖେଳ କୁ ଅଜିତ ପ୍ରସାଦ ସାହୁ ପରିଚାଳନା କରିଥିଲେ | ମୁଖ୍ୟ ଅତିଥି ଭାବେ ପ୍ରଥମ ଦିନରେ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ନୟାଗଡ ଜିଲ୍ଲା କ୍ରୀଡ଼ା ଅଧିକାରୀ ଯୋଗ ଦେଇଥିଲେ । ଦ୍ୱିତୀୟ ଦିନ ରେ ନୟାଗଡ ସଦର ଥାନା ଇନଚାର୍ଜ ଇନ୍ସପେକ୍ଟର ଦୀପକ ଖଣ୍ଡାୟତ , ଗୋପୀନାଥ ସ୍ୱାଇଁ, ସତ୍ୟବାନ ନାୟକ, କିଶୋର ସ୍ୱାଇଁ, ଗୋପବନ୍ଧୁ ବେହେରା ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କାର ସହ ଅର୍ଥରାଶି ପ୍ରଦାନ କରିଥିଲେ | ହୃଷିକେଶ ପାତ୍ର ଖେଳ ର ଦାୟିତ୍ଵ ନେଇଥିବା ବେଳେ ବିବିସି କ୍ଲବ ର ସଭାପତି ରାଜେଶ ବରାଡ଼ ଏବଂ କ୍ୟାସିଅର ପ୍ରଫୁଲ୍ଲ କୁମାର ସ୍ୱାଇଁ ଓ ବିବିସି କ୍ଲବ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ |

Exit mobile version