Site icon Awaj Media

୨୦୨୧ ବର୍ଷ ପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍ ରେ ସ୍ଥାନ ପାଇଲେ ସ୍ୱରୂପ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ନିଜର ଅଭୂତପୂର୍ବ ସ୍ମରଣ ଶକ୍ତି ଓ ମେଧା ପାଇଁ ପରିଚିତ ଅନୁଗୁଳ ଶିମିଲିପଡ଼ାର ୬ ବର୍ଷର ଛାତ୍ର ସ୍ୱରୂପ କୁମାର ପାଳ । ୨୦୨୧ ବର୍ଷ ପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍ ରେ ତାଙ୍କ ନାମ ସ୍ଥାନ ପାଇଛି । ୧୩ ସେକେଣ୍ଡରେ ରାଜ୍ୟର ୩୦ଟି ଜିଲ୍ଲାର ନାମ,୧୭ ସେକେଣ୍ଡରେ ୨୮ଟି ରାଜ୍ୟ, ତିନି ମିନିଟ୍ ଚଉରାଳିଶି ସେକେଣ୍ଡରେ ଶହେଟି ସାଧାରଣ ଜ୍ଞାନର ସଠିକ୍ ଉତ୍ତର ଏବଂ ଏକ ମିନିଟ୍ ଅଣ ତିରିଶ ସେକେଣ୍ଡରେ ମଣିଷ ଦେହର ୨୦୬ ଖଣ୍ଡ ହାଡ଼ର ନାମ କହି ସେ ଏହି କୃତିତ୍ୱ ହାସଲ କରିଛନ୍ତି । ପିଲାଟି ବେଳରୁ ସ୍ୱରୂପଙ୍କ ଅସାଧାରଣ ପ୍ରତିଭା ର ପରିଚୟ ମିଳିଥିଲା । ପରିବାରରୁ ପିତା ଡ଼ା ରାକେଶ ସନ୍ତୋଷ କୁମାର ପାଳ, ମା’ ସୁଶ୍ରୀମା ପାଣିଗ୍ରାହୀ ଓ ଜେଜେବାପା ଡ଼ା ସୁଧାକର ପାଳଙ୍କ ପ୍ରେରଣା ସ୍ୱରୁପଙ୍କ ଦକ୍ଷତା ବଢ଼ାଇବାରେ ସହାୟକ ହୋଇଛି । ସେ ଲିଟିଲ୍ ହାର୍ଟସ ସ୍କୁଲର ଛାତ୍ର ଥିଲେ ଓ ଏବେ ଡିପିଏସ୍‌ରେ ଅଧ୍ୟୟନ କରୁଛନ୍ତି । ଏହା ଛଡା ଇଂରାଜୀରେ ଭାଷଣ ଦେଇ ପୁନା ସ୍ଥିତ ନ୍ୟାସନାଲ ଏକାଡେମୀ ଅଫ ଆର୍ଟ ଏଜୁକେଶନ ପକ୍ଷରୁ ଇଣ୍ଡିଆ ଷ୍ଟାର ଆଇକନ କିଡ୍‌ସ ରୂପେ ସ୍ୱରୂପ ପୁରସ୍କୃତ ହୋଇଛନ୍ତି ।

Exit mobile version