ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅନୁଗୁଳ ଜିଲ୍ଲାରେ ସୋମବାର ପ୍ରଥମ ଦିନରେ ୫୪୫ ପ୍ରାର୍ଥିଙ୍କ ନାମାଙ୍କନପତ୍ର ଦାଖଲ ହୋଇଛି । ଜିଲ୍ଲା ପରିଷଦ ପାଇଁ କୌଣସି ନାମାଙ୍କନ ପତ୍ର ଦାଖଲ ହୋଇନାହିଁ । ଜିଲ୍ଲାରେ ୪୧୨ ଜଣ ୱାର୍ଡ ସଭ୍ୟ , ୯୫ ସରପଞ୍ଚ , ୩୮ ଜଣ ପଞ୍ଚାୟତ ସମିତି ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେଥିମଧ୍ୟରୁ ଅନୁଗୁଳୁ ବ୍ଲକ୍ରେ ୬୨ ଜଣ ୱାର୍ଡ ସଭ୍ୟ, ୩ ଜଣ ସରପଞ୍ଚ, ୩ ଜଣ ପଞ୍ଚାୟତ ସମିତି ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବଅଁରପାଳ ବ୍ଲକ୍ରେ ୪୦ ଜଣ ୱାର୍ଡ ସଭ୍ୟ, ୭ ସରପଞ୍ଚ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଛେଣ୍ଡିପଦା ବ୍ଲକ୍ରେ ୫୦ ୱାର୍ଡ଼ ସଭ୍ୟ, ୮ ସରପଞ୍ଚ ଓ ଜଣେ ସମିତି ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି । ତାଳଚେର ବ୍ଲକ୍ରେ ୧୨୩ ୱାର୍ଡ ସଭ୍ୟ, ୫୩ ସରପଞ୍ଚ ଓ ୨୮ ଜଣ ସମିତି ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଣିହାଁ ବ୍ଲକ୍ରେ ୪୯ ୱାର୍ଡ ସଭ୍ୟ, ୪ ସରପଞ୍ଚ ଓ ୨ ସମିତି ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଠମଲ୍ଲିକ ବ୍ଲକ୍ରେ ୨୩ ୱାର୍ଡ ସଭ୍ୟ, ୮ ସରପଞ୍ଚ ଓ ୨ ସମିତି ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କିଶୋରନଗର ବ୍ଲକ୍ରେ ୨୯ ୱାର୍ଡ଼ ସଭ୍ୟ ଓ ୬ ସରପଞ୍ଚ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିଭଳି ପାଲଲହଡ଼ା ବ୍ଲକ୍ରେ ୩୬ ୱାର୍ଡ ସଭ୍ୟ, ୬ ସରପଞ୍ଚ ଓ ୨ ସମିତି ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବାର ସୂଚନା ମିଳିଛି ।
ପ୍ରଥମ ଦିନରେ ୫୪୫ ପ୍ରାର୍ଥିଙ୍କ ନାମାଙ୍କନପତ୍ର ଦାଖଲ !!!

