Site icon Awaj Media

ଛେଣ୍ଡିପଦା ବ୍ଳକ୍ କୁକୁଡ଼ା ଫାର୍ମ ମାଲିକ ସଂଗଠନର ପ୍ରଥମ ବୈଠକ ଅନୁଷ୍ଠିତ !!!

Spread the love

ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ୍ କୁକୁଡ଼ା ଫାର୍ମ ମାଲିକ ସଂଗଠନର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଶାର କୁକୁଡ଼ା ଫାର୍ମ ମାଲିକ ମହାସଂଘର ଆୟୋଜକ ତଥା ମୁଖ୍ୟ ନୀଳାଚଳ ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ କୋର୍ଡିନେଟର କ୍ଷୀରୋଦ ଚନ୍ଦ୍ର ସାହୁ , ମନୋଜ ପ୍ରଧାନ ଏବଂ ଆୟୋଜକ ରାମ ମୋହନ ମାଝି ଙ୍କ ନେତୃତ୍ଵରେ ହଣ୍ଡିଗୋଡ଼ା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ଳକ୍ ସଭାପତି ରାମ ମୋହନ ମାଝୀ , ଉପସଭାପତି ଚିତ୍ତରଞ୍ଜନ ମାଝୀ , ସମ୍ପାଦକ ଲିଟୁ ଗଡ଼ନାୟକ , କୋଷାଧ୍ୟକ୍ଷ ସମ୍ୱିଦ୍ କୁମାର ବେହେରା ଏବଂ ପ୍ରତ୍ୟେକ ପଞ୍ଚାୟତରୁ ୨ ଜଣ ଲେଖାଏଁ କର୍ମକର୍ତ୍ତା ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି । ଏହି ବୈଠକରେ ଆଲୋଚନା ହୋଇଥିଲା ଯେ କମ୍ପାନୀ ମାନଙ୍କର ମନଇଛ ଚୁକ୍ତି ଯୋଗୁଁ ଗୋଟେ ଫାର୍ମର ତାର ଉଚିତ୍ ମୂଲ୍ୟ ପାଇ ପାରୁନାହିଁ । ବାରମ୍ଵାର କ୍ଷତି ହେଉଥିଲେ ସୁଦ୍ଧା ଏସବୁ ପ୍ରତି କାହାରି ଦୃଷ୍ଟି ନାହିଁ । ଏଣୁ ସମସ୍ତ ଫାର୍ମର ଭାଇ ମାନଙ୍କ ମିଳିତ ସଂଗଠନରେ କିପରି ଗୋଟିଏ ଫାର୍ମର ନିଜର ଉଚିତ୍ ମୂଲ୍ୟ ପାଇ ପାରିବ ଏବଂ ସରକାର ଓ କମ୍ପାନୀ ପାଖରେ ନିଜର ସମସ୍ୟା ପହଞ୍ଚାଇବ ସଂଗଠନର ମୂଖ୍ୟ ଉଦ୍ଦେଶ୍ୟ । ସଂଗଠନର ଥିବା ଦାବୀ ଗୁଡିକ ହେଲା ଫାର୍ମ ପଞ୍ଜିକରଣ , ଚାଷୀ ମାନଙ୍କ ପାଇଁ ବୀମା , ଫାର୍ମ ଗୃହ ପାଇଁ ବିମା , ସରକାରୀ ସହାୟତା , ମାଗଣା ତସୁ , ଲୋନ୍‌ ତଥା କମ୍ପାନୀ ଦ୍ଵାରା ସମସ୍ତ ମେସିନ୍ ଖର୍ଚ୍ଚ ବହନ , ଫାର୍ମ ଘର ଭଡା , କୁକୁଡ଼ା ଚାଷୀ ମାନଙ୍କୁ ସଶକ୍ତି କରଣ ଏବଂ ଚୁକ୍ତି ଭିତିକ କୁକୁଡ଼ା ଚାଷ କରିବା ପାଇଁ ସରକାର ଓ ଉଦ୍ଦିଷ୍ଟ କମ୍ପାନୀ ପାଖରେ ଓଡ଼ିଶାର ସମସ୍ତ କୁକୁଡ଼ା ଫାର୍ମ ମାଲିକଙ୍କ ଦାବି ।

Exit mobile version