ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ବଉଳାବନ୍ଧ ସ୍ଥିତ ନୀଳକଣ୍ଠ ହାଇସ୍କୁଲ ପରିସରରେ ଗତକାଲି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲ ପ୍ରତିଷ୍ଠାତା ସ୍ୱର୍ଗତ ନୀଳକଣ୍ଠ ସେନାପତିଙ୍କ ୧୧୮ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ କୋଭିଡ ଗାଇଡ ଲାଇନ ପାଳନ କରି ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସମ୍ବାଦ ଆମ ଓଡିଶା ସହ ନାଚୁଣୀର ମାସିକ ସମ୍ବାଦପତ୍ର ” ପରିପ୍ରକାଶ” ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ” ଆହ୍ୱାନ ” ର ମିଳିତ ଆନୁକୁଲ୍ୟରେ ତଥା ବରିଷ୍ଠ ସାମ୍ବାଦିକ ପରିପ୍ରକାଶ ଓ ଆହ୍ୱାନ ର ସଂପାଦକ ପ୍ରଦୋଷ କୁମାର ଦାସଙ୍କ ଉଦ୍ୟମରେ ଆୟୋଜିତ ଏହି ରକ୍ତଦାନ ଶିବିରରୁ ମୋଟ ୨୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।
ଖୋର୍ଦ୍ଧା ରକ୍ତ ଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ ହୋଇଥିଲା । ବଉଳାବନ୍ଧ ସରପଞ୍ଚ ଦେବାଶିଷ ରଥ ପ୍ରଥମେ ରକ୍ତଦାନ କରି ଏହି ରକ୍ତଦାନ ଶିବିରର ଉଦଘାଟନ କରିଥିଲେ । ରୋଟାରିଆନ ଡାକ୍ତର ମଧୁସୂଦନ ସେନାପତି, ନୀଳକଣ୍ଠ ହାଇସ୍କୁଲର ଶିକ୍ଷା କମିଟି ଅଧ୍ୟକ୍ଷ ପ୍ରମୋଦ କୁମାର ଶତପଥୀ, ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡାଙ୍କ ସମେତ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ସମାଜସେବୀ ସୁଧୀର କୁମାର ନନ୍ଦ , କ୍ୟାମେରା ମ୍ୟାନ ଅନିରୁଦ୍ଧ ମହାରଣା ଉପସ୍ଥିତ ରହି ସହଯୋଗ କରିଥିଲେ ।

