ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ପରିସରରେ ୧୫ ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀ ମାନଙ୍କୁ କରୋନା ଟୀକା ପ୍ରଦାନ କରାଯିବା ସହ କିପରି ଅଧିକରୁ ଅଧିକ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିବେ ସେଥିପାଇଁ ସଚେତନତା ସୃଷ୍ଟି କରାଯାଇଛି ।
ମହାବିଦ୍ୟାଳୟ ଅଧ୍ୟକ୍ଷା ବିନତୀ ମଞ୍ଜରୀ ରାଉତଙ୍କ ସଂଯୋଜନାରେ ଅଧ୍ୟାପକ ଅଧ୍ୟାପିକ।ମାନେ ନିଜ ନିଜ ଗ୍ରୁପ୍ ଜରିଆରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ପରେ ମହାବିଦ୍ୟାଳୟରେ କୋଭିଡ୍ ନିୟମ ଅନୁସାରେ ଟୀକାକରଣ ହୋଇଥିଲା . ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ମାନେ ଏକ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ମାନଙ୍କୁ କରୋନ। ଟୀକା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ ।

