Site icon Awaj Media

କଂଗ୍ରେସ ପକ୍ଷରୁ ନୟାଗଡ ବ୍ଲକର ବିଭିନ୍ନ ଜୋନ ପାଇଁ ପ୍ରାର୍ଥୀପତ୍ର ଦାଖଲ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ନୟାଗଡ ବ୍ଲକର ଜୋନ ନମ୍ବର ୧୨ ଜିଲ୍କା ପରିଷଦ ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ବୃନ୍ଦାବନ ନାୟକ,୧୩ ନମ୍ବର ଜୋନରୁ ପିସିସି ସମ୍ପାଦକ ହୋସେନ ଖାଁ, ୧୪ ନମ୍ବର ଜୋନ ପ୍ରାର୍ଥୀ ଆଇନଜୀବି ଆଦିତ୍ୟ ପ୍ରସାଦ ପରିଡା, ଜୋନ ନମ୍ବର ୧୫ ନମ୍ବର ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସାନ୍ତ, ଗଣିଆ ବ୍ଲକ ୮ ନମ୍ବର ଜୋନ ପ୍ରାର୍ଥୀ ଇଂ ଚିନ୍ମୟୀ ମହାଳିକ ଏବଂ ଦଶପଲ୍ଲା ବ୍ଲକ ୧୧ ନମ୍ବର ଜୋନ ପ୍ରାର୍ଥୀ ଅର୍ଜୁନ ପ୍ରଧାନ ପ୍ରମୁଖ ସେମାନଙ୍କର ପ୍ରସ୍ତାବକ ସମର୍ଥକଙ୍କ ଗହଣରେ ନିଜ ନିଜର ନାମାଙ୍କନ ପତ୍ର ଉପ-ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ରେ ଦାଖଲ କରିଛନ୍ତି l ରଣପୁର ବ୍ଲକ ୨୩ ନମ୍ବର ଜୋନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ନିରୁପମା କରଙ୍କୁ କଂଗ୍ରେସ ଟିକେଟ ଦିଆଯିବା ପରେ ସେ ଦଳୀୟ ପ୍ରାର୍ଥୀର ମାନ୍ୟତା ପାଇଛନ୍ତି ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି l ଜିଲ୍ଲାର ମୋଟ ୨୪ ଗୋଟି ଆସନ ପାଇଁ କଂଗ୍ରେସ ସବୁ ବର୍ଗର ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦେଇ ଉପଯୁକ୍ତ ପ୍ରାର୍ଥୀ ଚୟନ କରିଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି l

Exit mobile version