Site icon Awaj Media

କାମରେ ଆସୁନି ସ୍ୱଚ୍ଛ ଭାରତ ପାଇଖାନା !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଜାମୁନାଳୀ ପଞ୍ଚାୟତରେ ସ୍ୱଚ୍ଛ ଭାରତ ମିଶନ୍ ଯୋଜନାରେ ନିର୍ମାଣ ହୋଇଥିବା ପାଇଖାନା ନିର୍ମାଣରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି । ପଞ୍ଚାୟତର କୁଇଓ , ଜାମୁନାଳୀ ଓ ସୁବର୍ଣ୍ଣପୁର ଗାଁର ଅନେକ ହିତାଧିକାରୀଙ୍କ ପାଇଖାନା କାମ ଅଧାପନ୍ତରିଆ ହୋଇ ପଡ଼ିଛି । ନିଜେ ଶ୍ରମଦାନ କରିଥିବା ଏହି ପାଇଖାନାର ବିଲ ନେଇ ଠିକାଦାର ପାର । ପାଇଖାନା ନିର୍ମାଣ ପୂର୍ବରୁ ମୋଟିଭେଟର ମାନେ ସେମାନଙ୍କ ପାଖରେ ପହଞ୍ଚି ଆଧାର କାର୍ଡ ଓ ବ୍ୟାଙ୍କ ପାସ ବହିର ଫେଟୋ କପି ନେଇଥିଲେ । ପାଇଖାନା ଖାତ ଓ ଘରରର ନିଅଁ ନିଜେ ହିତାଧିକାରୀ ଖୋଳିଥିଲେ । ପ୍ରତି ପାଇଖାନା ନିର୍ମାଣ ପାଇଁ ୧୨ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ତେବେ ଅନେକ ପାଇଖାନାର ନିର୍ମାଣ ଅତି ନିମ୍ନ ମାନର ହୋଇଥିବା ବେଳେ ଅନେକ ପାଇଖାନା ପାଇପ ଟାଙ୍କିରେ ସଂଯୋଗ ହୋଇନାହିଁ ବୋଲି ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ପାଇଖାନା ବ୍ୟବହାର ଯୋଗ୍ୟ ହୋଇନଥିବାରୁ ଏହାକୁ ରହିବା ଘର ଓ ରୋଷେଇ ଘର ଭାବେ ବ୍ୟବହାର କରାଯାଉଛି । କୁଇଓ ଗାଁର ବିଧବା ସୁବା ଗୋଚ୍ଛାୟତ (୬୫) ତାଙ୍କ ପାଇଖାନା ଘରେ ରହୁଛନ୍ତି । ଆବାସ ଯୋଜନାରୁ ବଞ୍ଚିତ ସୁବା ଅନୁଗୁଳ ବଜାରରେ ଶାଳପତ୍ର ଓ ଦାନ୍ତ କାଠି ବିକ୍ରିକରି ନିଜର ଜୀବୀକା ନିର୍ବାହ କରୁଛନ୍ତି । ସେହି ଭଳି ଗିତା ବେହେରା ମଧ୍ୟ ପାଇଖାନାକୁ ତାଙ୍କର ରୋଷେଇ ଘର ଭାବେ ବ୍ୟବହାର କରୁଛନ୍ତି । ଜାମୁନାଳି ପଞ୍ଚାୟତରେ ସ୍ୱଚ୍ଛ ଭାରତ ମିଶନର ଏହି ପାଇଖାନା ନିର୍ମାଣରେ ହୋଇଥିବା ଅନିୟମିତତାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ହିତାଧିକାରୀ ମାନେ ଦାବି କରିଛନ୍ତି ।

Exit mobile version