ଗଜପତି (ଆୱାଜ ମିଡ଼ିଆ )- ବିବେକାନନ୍ଦ ବେହେରା : ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ଅବସରରେ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ବାର୍ତ୍ତାକୁ ବାଳ ମୁକୁନ୍ଦ କେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ସ୍ୱାମୀ ନିଗମାନନ୍ଦ ଜୀ ଆଭାସୀ ବାଳ ମୁକୁନ୍ଦ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ବୁଝାଇଥିଲେ l କୌଣସି ପ୍ରୟାସ ଅସୁବିଧାରୁ ମୁକ୍ତ ନୁହେଁ, ଏବଂ ଲକ୍ଷ୍ୟ ଯେତେ ଅଧିକ ହେବ, ବାଧାବିଘ୍ନଗୁଡ଼ିକ ସେତେ ଅଧିକ ଠିଆ ହେବ | ଏପରି କ’ଣ ଥାଏ ଯାହା ଦ୍ବାରା ଅନ୍ୟମାନେ ନିରାଶ ହୋଇଥିବାବେଳେ କିଛି ଲୋକ ଆଶା ନ ଛାଡି ଲକ୍ଷ୍ୟ ପଥରେ ଆଗେଇ ଚାଲିଥାନ୍ତି l ପୁନଶ୍ଚ, ପ୍ରେରଣା ହେଉଛି ସେହି ଇନ୍ଧନ ଯାହା ଆମକୁ ସବୁଠୁ ବଡ ବାଧାବିଘ୍ନ ସମୟରେ ମଧ୍ୟ ଅଗ୍ରସର କରାଇ ଚାଲିଥାଏ ବୋଲି ପ୍ରଧାନ ଆଚାର୍ଯ୍ୟ ପିଲା ମାନଙ୍କୁ ବୁଝାଇଥିଲେ l ଏଥିରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରପ୍ରେମୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ l ପରେ ଆଚାର୍ଯ୍ୟା ମନୋରମା ପତି ଓଡ଼ିଆ ବୀରପୁତ୍ର ଦ୍ବୟଙ୍କ ବିଷୟରେ ପିଲାମାନଙ୍କ ସହିତ ଆଲୋଚନା କରିଥିଲେ l ଏଥିରେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସହଯୋଗ କରିବା ସହିତ ସମସ୍ତ କାର୍ଯ୍ୟକ୍ରମକୁ ତୁଲାଇଥିଲେ l
ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ !

