ମୋଟର ସାଇକେଲ ଡିକି ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ ପଣ୍ଡ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ ଛକରେ ମୋଟର ସାଇକେଲ ଡିକି ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ ପଣ୍ଡ ହୋଇଛି । ସୂଚନା ଯେ, ଛେଣ୍ଡିପଦା ତହସିଲ ଛକ ଠାରେ ଗୁରୁବାର ମଧ୍ୟାହ୍ନରେ ଏଲ୍ଆଇସି ଏଜେଣ୍ଟ ମୋହନ ମହାପାତ୍ରଙ୍କ ମଟର ସାଇକେଲ ଡିକି ଭାଙ୍ଗି ଦୁର୍ବୁତ୍ତ ମାନେ ୧ଲକ୍ଷ ୬୦ହଜାର ଟଙ୍କା ଚୋରି କରି ପଳାଉଥିଲେ । ସ୍ଥାନୀୟ ଲୋକମାନେ ଦୁର୍ବୁତ୍ତ ଙ୍କ ପିଛା କରିବାରୁ ଉକ୍ତ ଟଙ୍କା ବ୍ୟାଗ କୁ ଫୋପାଡି ଦେଇ ସେମାନେ ଚାଲି ଯାଇଥିଲେ । ଗୁରୁବାର ୧୧ଟା ବେଳେ ଛେଣ୍ଡିପଦା ଷ୍ଟେଟ ବ୍ୟାଙ୍କରୁ ମୋହନ ୧ଲକ୍ଷ ୬୦ ହଜାର ଟଙ୍କା ଉଠେଇ ତାଙ୍କ ମଟର ସାଇକେଲ ଡିକିରେ ଏକ ବ୍ୟାଗରେ ରଖିଥିଲେ । ତହସିଲ ନିକଟସ୍ଥ ନବିସନ୍ଧା କାର୍ଯ୍ୟାଳୟ ସମ୍ମୁଖରେ ମଟର ସାଇକେଲ ରଖି ଏକ ଫଟୋ କପି ଦୋକାନକୁ ଯାଇଥିଲେ । ସେହି ସମୟରେ ଦୁଇଜଣ ଦୁର୍ବୁତ୍ତ ଦୁର୍ବୃତ ଏକ ପଲସରରେ ଆସି ମଟର ସାଇକେଲ ଡିକି ଭାଙ୍ଗି ଟଙ୍କା ଧରି ଦୃତ ଗତିରେ ଅନୁଗୁଳ ଆଡକୁ ପଳାଇ ଯାଉଥିଲେ । ଏହି ସମୟରେ ଛେଣ୍ଡିପଦା ଓକିଲ ସଂଘର ସଭାପତି ନଗେନ କୁମାର ନନ୍ଦ ଓ ସ୍ଥାନୀୟ ଯୁବକ ମାନେ ଟଙ୍କା ଚୋରୀ ହୋଇଥିବା ଜାଣିପାରି ସେମାନଙ୍କ ପିଛା କରିଥିଲେ । ଓକିଲ ସଂଘର ସଭାପତି ପିଛା କରି ଦୁର୍ବୃତଙ୍କ ମଟର ସାଇକେଲକୁ ଧକ୍କା ଦେଇଥିଲେ । ଫଳରେ ଟଙ୍କାକୁ ରାସ୍ତାରେ ପକାଇ ଦେଇ ଜଣେ ଯୁବକ ଜଙ୍ଗଲ ଭିତରକୁ ପଳାଇ ଯାଇଥିବା ବେଳେ ଅନ୍ୟ ଜଣେ ମୋଟର ସାଇକେଲରେ କୋଶଳା ଦିଗକୁ ପଳାଇ ଯାଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *