Site icon Awaj Media

ଉତ୍କଳ ସାମ୍ବାଦିକ ଗୌରବ ସମ୍ମାନ – ୨୦୨୨ ପାଇଲେ ଯୁବ ସାମ୍ୱାଦିକ ଚନ୍ଦନ ମଲ୍ଲିକ !!!

Spread the love

କଟକ ସଦର ( ଆୱ୍ଵାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଯୁବ ସାମ୍ବାଦିକ ଚନ୍ଦନ ମଲ୍ଲିକଙ୍କୁ ତାଙ୍କ ଉଲ୍ଲେଖନୀୟ କୃତିତ୍ୱ ନେଇ କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଉତ୍କଳ ସାମ୍ବାଦିକ ଗୌରବ ସମ୍ମାନ – ୨୦୨୨ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଚନ୍ଦନ ମଲ୍ଲିକ କଟକ ଜିଲ୍ଲାର ବରିଷ୍ଠ ଫଟୋ ସାମ୍ବାଦିକ ସରୋଜ କୁମାର ମଲ୍ଲିକଙ୍କ ସୁପୁତ୍ର ଅଟନ୍ତି ଏବଂ ପୂର୍ବରୁ ସେ ସରସ୍ଵତୀ କଳା ପରିଷଦ କନ୍ଦରପୁର, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା ପକ୍ଷରୁ ସମ୍ବର୍ଦ୍ଧିତ ହୋଇ ସାମ୍ବାଦିକ ମହଲରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ପରିଷଦ ପକ୍ଷରୁ ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀ ସରସ୍ଵତୀ କଳା ପରିଷଦ କନ୍ଦରପୁର ପକ୍ଷରୁ ସମ୍ପାଦକ ଅଶୋକ ପଟ୍ଟନାୟକ, ସଭାପତି ପ୍ରତିଭା ଶତପଥୀ, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା ପକ୍ଷରୁ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ସଭାପତି ଇଂ.ଅଶୋକ ବିଶ୍ଵାଳ, ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ ପକ୍ଷରୁ ଇଂ. ସର୍ବେଶ୍ଵର ମଲ୍ଲିକ, ଆଦର୍ଶ ଯୁବ ସଂଘ ଭାରତ ପକ୍ଷରୁ ଇଂ.ପ୍ରଶାନ୍ତ ପଣ୍ଡା, ସଭାପତି ଇଂ. ବସନ୍ତ ସାହୁ ଏବଂ କାର୍ଯ୍ୟକର୍ତ୍ତା ମାନେ ସାମ୍ବାଦିକ ମଲ୍ଲିକଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି ।

Exit mobile version