ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଏକ ଶହ କୋଡ଼ିଏ ଫୁଟ ଲମ୍ବର ଜାତୀୟ ପତାକା ଧରି ଛାତ୍ରଛାତ୍ରୀ ପାଳିଲେ ଗଣତନ୍ତ୍ର ଦିବସ । ସଦର ନୟାଗଡ଼ ମୁଥାଗାଡିଆ ପଞ୍ଚାୟତ କଳାହାଣ୍ଡି ଗ୍ରାମର ଶ୍ରୀ ରାଧାମାଧବ ସେବା ସଂଘ ଏବଂ ଜୟପୁର ଗ୍ରାମର ଯୁବକ ସଂଘ ମିଳିତ ଆନୁକୁଲ୍ୟରେ ଗଣତନ୍ତ୍ର ଦିବସ ପାଳନ ଅବସରରେ ଏକ ଶହ କୋଡିଏ ଫୁଟ ଲମ୍ବର ଜାତୀୟ ପତାକାକୁ ନେଇ ଚର୍ଚ୍ଚା ଧରିଛି । ରାଧାମାଧବ ସେବା ସଂଘ ସଭାପତି ନନ୍ଦକିଶୋର ବାଘ , ସମ୍ପାଦକ ପ୍ରଶାନ୍ତ କୁମାର ସେଠୀ, ସହ ସମ୍ପାଦକ ଭାଗିରଥି ବେହେରା ଏବଂ ସଂଘର ସଦସ୍ୟ ମାନେ ମିଶି ଆୟୋଜନ କରିଥିବା ଏହି ଉତ୍ସବରେ ଛାତ୍ରଛାତ୍ରୀ ମାନେ ଏକ ଶହ କୋଡ଼ିଏ ଫୁଟ ର ଜାତୀୟ ପତାକା ଧରି ଗ୍ରାମ ପରିକ୍ରମା କରିଥିଲେ । ସଂଘ ତରଫରୁ ଜାତୀୟତାବାଦର ଏହି ପ୍ରୟାସ କୁ ଗ୍ରାମବାସୀ ମାନେ ବହୁ ପ୍ରଶଂସା କରିଛନ୍ତି ।
ଏକ ଶହ କୋଡିଏ ଫୁଟ ଲମ୍ବର ଜାତୀୟ ପତାକାକୁ ନେଇ ଚର୍ଚ୍ଚା !!!

