ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ବାଘ ଏବଂ ହାତୀ ଲଢେଇ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ବାଘ ଏବଂ ହାତୀ ଲଢେଇ । ନୟାଗଡ଼ ସଦର ବ୍ଲକ ମୁଥାଗାଡିଆ ପଞ୍ଚାୟତ ରେ ନିର୍ବାଚନୀ ଖବର କୁ ନେଇ ଆଲୋଚନା ଶୀର୍ଷରେ ରହିଛି ବାଘ ଓ ହାତୀ ଙ୍କ ମଧ୍ୟରେ ଲଢେ଼ଇ । ସୂଚନା ଅନୁସାରେ ପଞ୍ଚାୟତର ନବକିଶୋର ବାଘ ଓ ଦିଲୁ ହାତୀ ଏହି ଦୁଇ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ସମିତି ସଭ୍ୟ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଜଣେ ଟୁଲ ଚିହ୍ନରେ ଲଢ଼ୁଥିବା ସମୟରେ ଅନ୍ୟ ଜଣେ କେଟିଲ ଚିହ୍ନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ପଞ୍ଚାୟତ ବାସୀ ଚିହ୍ନ କୁ ଛାଡି ସେମାନଙ୍କ ଟାଇଟଲ ବାଘ ଏବଂ ହାତୀ ହୋଇଥିବାରୁ ଏହି ଦୁଇଜଣଙ୍କୁ ନେଇ ପଞ୍ଚାୟତ ସାରା ଚର୍ଚ୍ଚା ନିର୍ବାଚନ ମଇଦାନରେ ବାଜିମାତ କରିବ କିଏ ? ବାଘ ନା ହାତୀ !!!

Leave a Reply

Your email address will not be published. Required fields are marked *