Site icon Awaj Media

ତ୍ରିସ୍ତରୀୟ ନିର୍ବାଚନ ରେ ବିଜିପୁର ବାସୀଙ୍କ ଭୋଟ ବର୍ଜନ ନିଷ୍ପତି l

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ପ୍ରଶାସନିକ ନିଷ୍ପତ୍ତିର ବିରୋଧ କରି ସାମୁହିକ ଭାବରେ ଭୋଟ ବର୍ଜନ ପାଇଁ ସ୍ଥିର କଲେ ଗ୍ରାମବାସୀ . କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ସାନ ଅଢଙ୍ଗା ବିଜିପୁର ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ କୁ ପ୍ରଶାସନ ଦ୍ୱାରା ସାନଅଢଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ମିଶ୍ରଣ କରାଯାଇଥିଲା l ଯାହାଦ୍ୱାରା ସେହି ବିଦ୍ୟାଳୟ ରେ ପଢ଼ୁଥିବା ପିଲା ମାନଙ୍କ ସହ ଅଭିଭାବକ ମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବା କହିଛନ୍ତି l ଯେହେତୁ ବର୍ତମାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟ ଆସିଛି l ଏହି ନିର୍ବାଚନ ପୂର୍ବରୁ ପ୍ରଶାସନ ତରଫରୁ ନିଆ ଯାଇଥିବା ନିଷ୍ପତି କୁ ଯଦି ପରିବର୍ତନ କରା ନ ଯାଏ ତେବେ ଶାନ୍ତିପୂର୍ଣ ଭାବେ ଭୋଟ ବର୍ଜନ କରାଯିବ ବୋଲି କହିଛନ୍ତି ବିଜିପୁର ଗ୍ରାମର ଗ୍ରାମବାସୀ l

Exit mobile version