Site icon Awaj Media

ପଞ୍ଚାୟତ ନିର୍ବାଚନ ପାଇଁ ମାଷ୍ଟର ଟ୍ରେନର ମାନଙ୍କୁ ତାଲିମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଗଜପତି ଜିଲ୍ଲା ପରିଷଦ ସମ୍ମିଳିନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାଷ୍ଟର ଟ୍ରେନର ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା l ଏଥିରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନୟନ୍ନ ଅଧିକାରୀ, ତହସିଲଦାର ଏବଂ ପଞ୍ଚାୟତ ଅଧିକାରୀ ତାଲିମ ନେଇଥିଲେ l ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପୋଲିଂ ଅଫିସର ମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ l ଗ୍ରାମ ପଞ୍ଚାୟତର ନିୟମ ଓ ପ୍ରିଜାଇଡିଂ ଅଫିସର ହ୍ୟାଣ୍ଡବୁକ ଅନୁସାରେ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l କୋଭିଡ ନିୟମ ଅନୁଯାୟୀ ସମସ୍ତ ତାଲିମ ଓ ପୋଲିଂ କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା l ଏହି ମାଷ୍ଟର ଟ୍ରେନର ମାନେ ସଂପୃକ୍ତ ବ୍ଲକ ସଦର ମହକୁମା ପୋଲିଂ ଅଫିସର ମାନଙ୍କୁ ତାଲିମ ଦେବେ l ତାଲିମ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା, ଜିଲ୍ଲା ଗ୍ରାମ୍ୟ ଉନୟନ୍ନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଅନାମ ଚରଣ ପାତ୍ର ସମସ୍ତ ନୋଡାଲ ଅଫିସର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଉଲାସ ସେଠି, ସହକାରୀ ଜିଲ୍ଲାପାଳ ଜୁବୁଲି ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

Exit mobile version