Site icon Awaj Media

ନୟାଗଡ଼ ଜିଲ୍ଲା ମୁଥାଗାଡିଆ ପଞ୍ଚାୟତ ରେ ଦିନକୁ ଦିନ ସରଗରମ ହେବାରେ ଲାଗିଛି ପଞ୍ଚାୟତ ରାଜନୀତି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଦିନକୁ ଦିନ ପଞ୍ଚାୟତ ରାଜନୀତି ସରଗରମ ହେବାରେ ଲାଗିଛି । ନୟାଗଡ଼ ସଦର ମୁଥାଗାଡିଆ ପଞ୍ଚାୟତ ରେ ଏହାର ଝଲକ ଦେଖିବାକୁ ମିଳୁଛି । ଏହି ପଞ୍ଚାୟତ ରେ ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବାକୁ ଯାଉଛି । ଅଭିଭକ୍ତ ଭାଟସାହି ପଞ୍ଚାୟତ ର ଜଣାଶୁଣା ରାଜନେତା ଯାହାଙ୍କର କି ଏହି ପଞ୍ଚାୟତ ରେ ସବୁବେଳେ ଦବଦବା ରହି ଆସିଥାଏ ସ୍ୱର୍ଗତ ପତିଆ ପ୍ରଧାନ ଙ୍କ ପୁତ୍ର ସୁଶାନ୍ତ କୁମାର ପ୍ରଧାନ ମୁଥାଗାଡିଆ ପଞ୍ଚାୟତ ରୁ ମାଛ ଚିହ୍ନ ରେ ସରପଞ୍ଚ ଭାବେ ଲଢ଼ୁଥିବା ବେଳେ , ଲାଭଜନକ ବେସରକାରୀ ବ୍ୟାଙ୍କ ଚାକିରୀ ଛାଡି ପ୍ରକାଶ କୁମାର ଖୋଲା ବହି ଚିହ୍ନ ରେ ନିର୍ବାଚନ ଲଢ଼ୁଛନ୍ତି । ପଞ୍ଚାୟତ ରେ ନିଜ ବାପାଙ୍କ ଲୋକପ୍ରିୟତା , ଜନହିତକର କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ଏବଂ ଜନସାଧାରଣଙ୍କ ସୁଶାନ୍ତ ପ୍ରଧାନ ଙ୍କ ପ୍ରତି ଆଶା ବିଶ୍ୱାସ କୁ ଆଧାର କରି ନିର୍ବାଚନ କୁ ଓହ୍ଲାଇ ଥିବା କଥା କରିଥିବା ବେଳେ , ପ୍ରକାଶ କୁମାର ପଞ୍ଚାୟତ ରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିଭିନ୍ନ ସରକାରୀ କାର୍ଯ୍ୟରେ ପିସି କାରବାର , ଦୁର୍ନୀତି ଭ୍ରଷ୍ଟାଚାର ମୁକ୍ତ ପଞ୍ଚାୟତ ଭାବେ ଗଢି ତୋଳିବା ତଥା ପଞ୍ଚାୟତ ବାସୀଙ୍କୁ ସେମାନଙ୍କ ଉଚିତ ନ୍ୟାୟ ଦେବାପାଇଁ ରାଜନୀତି କୁ ଆସିଥିବା କଥା ପ୍ରକାଶ କରିଛନ୍ତି ।

Exit mobile version