Site icon Awaj Media

ଗୁମି ଗ୍ରାମପଞ୍ଚାୟତ : ସୁବିଧାଜନକ ସ୍ଥିତିରେ ସମିତି ସଭ୍ୟ ପ୍ରାର୍ଥୀ ଯୁବନେତା ସଞ୍ଜୀବ କୁମାର ଡାକୁଆ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନିର୍ବାଚନର ବିଗୁଲ ବାଜିବା ପରେ , ଗଡ ଦଖଲ କରିବା ପାଇଁ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଇଛି କସରତ . ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତ ରେ ସରଗରମ ହୋଇ ଉଠିଛି ଗ୍ରାମ୍ୟ ରାଜନୀତି . ତେବେ ଚଳିତ ଥର ନିର୍ବାଚନ ମୈଦାନ କୁ ବହୁ ସଂଖ୍ୟାରେ ଯୁବ ପ୍ରାର୍ଥୀ ଓହ୍ଲାଇ ଥିବାରୁ ଲଢେଇ ବେଶ ଜୋରଦାର ହେବ . ନୂଆଗାଁ ବ୍ଲକ ଗୁମି ପଞ୍ଚାୟତରେ ସମିତି ସଭ୍ୟ ପାଇଁ ଲଢ଼ୁଛନ୍ତି ଯୁବନେତା ତଥା ସାମ୍ବାଦିକ ସଞ୍ଜୀବ କୁମାର ଡାକୁଆ . ସ୍ଥାନୀୟ ଅଞ୍ଚଳରେ ନିଜର ସାମାଜିକ କାମ ପାଇଁ ବେଶ ଲୋକପ୍ରିୟ ସଞ୍ଜୀବ ସୁବିଧାଜନକ ସ୍ଥିତିରେ ଥିବାର ସୂଚନା ମିଳିଛି . ନୟାଗଡ ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଅନୁଗତ ଭାବରେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ସଞ୍ଜୀବ ନିଜ ଅଞ୍ଚଳର ମୌଳିକ ସମସ୍ୟା ସବୁକୁ ଗଣମାଧ୍ୟମ ଜରୀଆରେ ପ୍ରଶାସନ ନଜରକୁ ଆଣି ସେସବୁର ସମାଧାନ ପାଇଁ କରିଥିବା ପ୍ରୟାସ ତାଙ୍କୁ ଭୋଟରଙ୍କ ଆସ୍ଥାଭାଜନ କରାଇ ପାରିଛି .

Exit mobile version