ମଶାଣି ପାଇଁ ଭୋଟ ବର୍ଜନ ଚେତାବନୀ ଦେଲେ ବାଲିଗୁଡା ଏନଏସି ର ତିନି ୱାର୍ଡ଼ବାସୀ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ରାଜନେତା ଓ ପ୍ରଶାସନ ର ପ୍ରତିଶୃତି ହୋଇଛି ପାଣିର ଗାର . ହେଲେ ଏବେ ନିର୍ବାଚନ ସମୟରେ ଅଡ଼ି ବସିଛନ୍ତି ଲୋକେ . ମଶାଣି ନାହିଁ ତ ଭୋଟ ନାହିଁ , ଏହି ନାରା ଦେଇଛନ୍ତି ବାଲିଗୁଡା ଏନଏସି ର ତିନି ୱାର୍ଡ଼ବାସୀ l ବାଲିଗୁଡା ଏନଏସି ର ସର୍ବ ବୃହତ ସାହି ରୂପେ ପରିଚିତ ନୂଆସାହି l ଏନଏସି ର ୫, ୬ ,୭ ନମ୍ବର ଏହି ତିନି ୱାର୍ଡ ବାସୀଙ୍କ ପାଇଁ ସ୍ଥାୟୀ ମଶାଣି ଆଜି ପର୍ଯ୍ୟନ୍ତ ନାହିଁ l ଦୀର୍ଘ ଶହେ ବର୍ଷ ରୁ ଉର୍ଦ୍ଧ ହେବ ସାହି ବାସିନ୍ଦା ଶବଦାହ କରୁଥିବା ମଶାଣି ଚି଼ହ୍ନଟ ହୋଇ ନଥିବାରୁ ଲୋକେ ମଶାଣି ଜାଗାରେ ଘର କରି ରହିଲେଣି . ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଜମି ମାଫିଆ ଙ୍କ କବଳରେ ମଶାଣି, ଧୀରେ ଧୀରେ ମଶାଣି ଜମି ସଂକୁଚିତ ହେଲାଣି l

ମଶାଣି ରେ ଶବଗୃହ ଆଲୋକ ପାଣି ବ୍ୟବସ୍ଥା ଆଦୌ ନାହିଁ l ତିନି ୱାର୍ଡ଼ରେ ବସବାସ କରୁଥିବା ୬ ହଜାର ରୁ ଉର୍ଦ୍ଧ ଲୋକେ ଖରା ବର୍ଷା ଶୀତ ରେ ଶବଦାହ କରିବାକୁ ଯାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଦୁଇ ବର୍ଷ ତଳେ ବିଏସଏଫ ଯବାନ ଶହୀଦ ଦିନେଶ ପାତ୍ର ଙ୍କ ଶେଷକୃତ୍ୟ ସମୟରେ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ଏବଂ ତତ୍କାଳୀନ ଉପ-ଜ଼ିଲ୍ଲାପାଳ ଉପସ୍ଥିତ ଥିଲେ l ୱାର୍ଡ଼ବାସୀ ଙ୍କ ଅଭିଯୋଗ କ୍ରମେ ଖୁବ ଶୀଘ୍ର ମଶାଣିର ଜମି ଚି଼ହ୍ନଟ କରାଯିବା ସହିତ ଶବ ଗୃହ , ପାଚେରୀ , ଆଲୋକ ଏବଂ ପାଣି ବ୍ୟବସ୍ଥା କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ କିନ୍ତୁ ସବୁ ପ୍ରତିଶୃତି ପାଣିର ଗାର ବୋଲି କହିଛନ୍ତି ୱାର୍ଡ ବାସୀ l ତୁରନ୍ତ ମଶାଣି ରେ କାମ ନହେଲେ ଆଗାମୀ ପୌର ନିର୍ବାଚନ କୁ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଏହି ତିନି ୱାର୍ଡବାସୀ l

Leave a Reply

Your email address will not be published. Required fields are marked *