ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଏକ ଦୁଖଦ ଘଟଣା ଗଣମାଧ୍ୟମକୁ ସ୍ତବ୍ଧ କରି ଦେଇଛି . ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ . କଳାହାଣ୍ଡି ଜିଲ୍ଲାରେ ଘଟିଛି ଏପରି ଅଭାବନୀୟ ଘଟଣା . ମାଓ ପୋଷ୍ଟର ଲାଗିଥିବା ଖବର ପାଇ ଫଟୋ ଉଠାଉଥିବା ସମୟରେ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି କାର୍ଯ୍ୟରତ ସାମ୍ବାଦିକ ରୋହିତ ବିଶ୍ୱାଳ . ଏପରି ଅଭାବନୀୟ ଦୁଖଦ ଖବର ଶୁଣି ସମଗ୍ର ଗଣମାଧ୍ୟମ ଜଗତ ଦୁଃଖ ପ୍ରକାଶ କରିଥିବା ସମୟରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଓୟୁଜେ ର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି .
ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ !!!

