Site icon Awaj Media

ପଣ୍ଡିତ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୭୯ ତମ ଜୟନ୍ତୀ ପାଳିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ସିଦ୍ଧେଶ୍ୱରପୁର ପ୍ରହରାଜ ପ୍ରତିଭା ପୂଜା ପରିଷଦ ଆନୁକୂଲ୍ୟରେ ପରିଷଦର ଉପଦେଷ୍ଟା ତଥା ସାରସ୍ଵତ ପ୍ରତିଭା ପଣ୍ଡିତ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୭୯ ତମ ଜୟନ୍ତୀ ତାଙ୍କ କେଶପୁର ବାସ ଭବନରେ ପାଳିତ ହୋଇଯାଇଛି । ପରିଷଦର ସଭାପତି ବ୍ୟଙ୍ଗକବି ପ୍ରତାପ ଚନ୍ଦ୍ର ବେହେରାଙ୍କ ପୌରୋହିତ୍ୟରେ ସଂପାଦକ ପୀୟୂଷ ରଞ୍ଜନ ପରିଡା , ଉପ-ସଭାପତି କବି ପୀତାମ୍ବର ମହାପାତ୍ର ,ସଂଗଠକ ତଥା ସରସ୍ଵତୀ କଳା ପରିଷଦର ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ପଣ୍ଡିତ ମହାଶୟଙ୍କ ଜୟନ୍ତୀ ପାଳନ କରିବା ସହ ତାଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ ।

Exit mobile version