Site icon Awaj Media

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଜନମଙ୍ଗଳ ପରିଷଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଆମ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ମେଲୋଡି କୁଇନ୍‌, ସୁର ସାମ୍ରାଜ୍ଞୀ. ସମସ୍ତଙ୍କ ପ୍ରିୟ ଲତା ଦିଦି। ଲକ୍ଷ ଲକ୍ଷ ସଦସ୍ୟଙ୍କ ସ୍ୱର କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ କରୁଥିବା ଲୋକପ୍ରିୟ ଗାୟିକା ଭାରତ ରତ୍ନ ଲତା ମଙ୍ଗେସକର ଆମକୁ ଛାଡି ଚାଲିଯାଇଛନ୍ତି ସତ କିନ୍ତୁ ତାଙ୍କ ଗୀତ ପୂରା ଦେଶବାସୀଙ୍କ ପାଇଁ ସର୍ବଦା ମନେ ରହିବ। ସେ ଗୀତରେ କାଳ କାଳକୁ ରହିବେ ଜୀବିତ। ନିଜ କୋକିଳ ସ୍ୱରର ଜାଦୁରେ ସମସ୍ତଙ୍କୁ ମୁଗ୍ଧ କରିଦେଉଥିବା ଲତାଙ୍କୁ ଆଜି ଝୁରୁଛି ପୂରା ଦେଶ | ଗତ ୨୮ ଦିନ ହସ୍ପିଟାଲରେ ଚିକିତ୍ସାଧୀନ ହେବା ପରେ ଲତା ମଙ୍ଗେସକର ଆଜି ସକାଳେ, ୯୨ ବର୍ଷ ବୟସରେ, ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଜନମଙ୍ଗଳ ପରିଷଦ ପକ୍ଷରୁ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି | ରାଜଧାନୀର ଲୋୟର ପିଏମଜି ସ୍ଥିତ ଜନମଙ୍ଗଳ କ୍ୟାମ୍ପରେ ପରିଷଦର କର୍ମକର୍ତ୍ତା ଏକାଠି ହୋଇ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ | ଅଲେଖ ଚନ୍ଦ୍ର ଜେନା, ଲକ୍ଷ୍ମଣ ଦାଶ, ମିଲନ୍ ପ୍ରଧାନ,ଋତୁରାଜ ପଟ୍ଟନାୟକ, ଜୟପ୍ରଦା ସାମନ୍ତରାୟ, ଲିମା ସାହୁ, ଅର୍ପିତା ଜେନା ପ୍ରମୁଖ ଉପସ୍ଥିତ ଥିଲେ |

Exit mobile version