Site icon Awaj Media

ଟିମ୍ ୪୯୯ ଓଡ଼ିଶାର ଦ୍ୱିତୀୟ ଜନ୍ମ ବାର୍ଷିକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ !!!

Spread the love

ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ୍ ୪୯୯ ଓଡ଼ିଶାର ଦ୍ୱିତୀୟ ଜନ୍ମ ବାର୍ଷିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ଧାମ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ସେବା ହିଁ ଧର୍ମ , ମାନବ ସେବା ହିଁ ମାଧବ ସେବା . ପ୍ରତିଦିନ ଆମ ସମାଜରେ ଅନେକ ଅସହାୟ, ନିରାଶ୍ରୟ, ମାନସିକ ବିକାରଗସ୍ତ ଅଛନ୍ତି ଯେଉଁମାନେ କିଞ୍ଚିତ ସାହାଯ୍ୟ ଅପେକ୍ଷାରେ ଚାତକ ପରି ଚାହିଁ ରହିଥାନ୍ତି ସେମାନଙ୍କର ସୁଖ ଦୁଃଖରେ ସହଯୋଗର ହାତ ବଢେଇଚି ଟିମ୍ ୪୯୯ ଓଡ଼ିଶା । ଉକ୍ତ ମହତ କାର୍ଯ୍ୟରେ ଟିମ୍ ୪୯୯ ଓଡ଼ିଶାର ସଭାପତି ବବୁଲ ରଣା, ଉପ ସଭାପତି ସୂର୍ଯ୍ୟ ପ୍ରସାଦ ବାରିକ ଏବଂ ଟିମ୍ ର ସମସ୍ତ ସଦସ୍ୟ ଆମ ପତିନିଧି ରାକେଶ ସାହୁ ମଧ୍ୟ ଏକତ୍ରିତ ହୋଇ କୋଭିଡ ନିୟମକୁ ପାଳନ କରି ଶ୍ରୀ ମନ୍ଦିରର ଚତୁରପାର୍ଶ୍ଵ ସଫେଇ କରିବା ସହିତ ରାସ୍ତା କଡ଼ରେ ବୁଲୁଥିବା କିଛି ଅସହାୟ ଲୋକଙ୍କୁ ଆର୍ଥିକ ସହାୟତା କରିଥିଲେ । ସମସ୍ତ ଭାଇ,ଭଉଣୀ ମାନେ ସବୁଦିନ ଏମିତି ଗୋଟିଏ ସୂତାରେ ବାନ୍ଧିହୋଇ ସଂଗଠନ କୁ ଆଘକୁ ନେବେ ବୋଲି ଶପଥ ଗ୍ରହଣ କରିଥିଲେ।।

Exit mobile version