ଦୁର୍ଘଟଣାଗ୍ରସ୍ତଙ୍କ ପକେଟରୁ ଟଙ୍କା ନେଇ ହସ୍ପିଟାଲ କର୍ମଚାରୀ ନିଲମ୍ବିତ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଫେବୃୟାରୀ ୭ ତାରିଖ ସନ୍ଧ୍ୟାରେ ଦୁର୍ଘଟଣାରେ ଆହତ ଜଣେ ରୋଗୀଙ୍କ ପକେଟ୍‌ ରୁ ୮୦୦ ଟଙ୍କା ନେବା ଘଟଣାରେ ଅନୁଗୁଳ ହସ୍ପିଟାଲର ଜଣେ ହେଲ୍ପ ଡେସ୍କ କର୍ମଚାରୀଙ୍କୁ କାମରୁ ବାହାର କରି ଦିଆଯାଇଛି । ସୂଚନାଯୋଗ୍ୟ ଯେ , ଘଟଣା ଦିନ ଅପରାହ୍ନରେ ଜରପଡା ଥାନା ପରା ନିକଟରେ ଦୁଇ ବାଇକ୍ ମଧ୍ୟରେ ଧକ୍କା ଘଟିବାରୁ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ରାଣୀଗୋଡ଼ା ଓ ଜରାସିଂହା ଅଞ୍ଚଳ‌ର କିଛି ସ୍ୱେଚ୍ଛାସେବୀ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆହତ ସଂଗ୍ରାମଙ୍କୁ ଡ୍ରେସିଂ କରାଯାଉଥିବା ବେଳେ ରିଙ୍କୁ ନାମକ ଜନୈକ କର୍ମଚାରୀ ପକେଟ୍‌ରୁ ମାନି ପର୍ସ କାଢି ଟଙ୍କା ନେଇ ଯାଇଥିଲେ । ଏ ଘଟଣାକୁ ଜଣେ ସ୍ୱେଚ୍ଛାସେବୀ ଭିଡିଓ କରି ନେଇଥିଲେ । ଘଟଣା ସମ୍ପର୍କରେ ଖବର ପ୍ରସାରଣ ପରେ ଉକ୍ତ କର୍ମଚାରୀଙ୍କୁ କାମରୁ ନିଲମ୍ବନ କରାଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *