ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାର ଶିଳ୍ପାଞ୍ଚଳରେ ୟୁନାଇଟେଡ଼ କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ମାନେ ନିୟମିତ କାମ ନ ପାଇବା, ଇଏସଆଇ, ବୋନସ, ଇପିଏଫ ଓ ପେନସନ ଟଙ୍କାରୁ ବଞ୍ଚିତ ହୋଇ ଥିବାରୁ ଆଜି ପୂର୍ବାହ୍ନରେ ଏକଜୁଟ ହୋଇ ଶତାଧିକ ଶ୍ରମିକ ଧାରଣାରେ ବସିଛନ୍ତି । ତେବେ କାର୍ଯ୍ୟରତ ଶ୍ରମିକ ମାନଙ୍କ ସୂଚନା ମୁତାବକ ସେମାନଙ୍କୁ ନିୟମିତ ଭାବରେ କାମ ନ ମିଳିବାରୁ ବହୁତ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଏପରିକି କମ୍ପାନୀ ପକ୍ଷରୁ ଇପିଏଫ, ଇଏସଆଇ, ବୋନସ ଓ ପେନସନ ଆଦି ମୌଳିକ ସୁବିଧାରୁ ବଞ୍ଚିତ କରିଥିବାରୁ ସମସ୍ୟାର ସମାଧାନ ପାଇଁ ଧାରଣାରେ ବସି ନାରାବାଜି କରିଥିଲେ ।
କମ୍ପାନୀ ଫାଟକ ଆଗରେ ଶ୍ରମିକଙ୍କ ଧାରଣା !!!

