Site icon Awaj Media

ବାଙ୍କୀ ନିର୍ବାଚନ ମଣ୍ଡଳୀ ୩୪ ନମ୍ବର ଜୋନ ରେ ବିଜେପି ପ୍ରାର୍ଥୀଙ୍କ ପ୍ରଚାର !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜୋନ ରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଥିବା ସମୟରେ ୩୪ ନମ୍ବର ଜୋନ ରେ ବିଜେପି ପ୍ରାର୍ଥୀ ଜାରି ରଖିଛନ୍ତି ପ୍ରଚାର ଅଭିଯାନ . ୩୪ ନମ୍ବର ଜୋନ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ସାହୁ , କାଳିପୋଇ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସ୍ନେହଲତା ବେହେରା , ବାଙ୍କୀ ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ବିଶ୍ୱାଳ , ଯୁବନେତା ପ୍ରମୋଦ କୁମାର ସାହୁ, ପଞ୍ଚାନନ ସାହୁ ପ୍ରମୂଖ ଜୋନ ର ବିଭିନ୍ନ ପଞ୍ଚାୟତରେ ଡୋର କ୍ୟାମ୍ପେନ କରିଥିଲେ . କଳାପଥର ୩୪ ନମ୍ବର ଜୋନ ରେ ବିଭିନ୍ନ ସମସ୍ୟା ଥିଲା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠାରୁ ଆରମ୍ଭ କରି ରାସ୍ତା ଘାଟ , ପିଇବା ପାଣି ଯୋଗାଣ ବ୍ୟବସ୍ଥାରେ ବ୍ୟାପକ ଅସୁବିଧା ରହିଅଛି . ଆଗାମୀ ଦିନରେ ବିଜେପି ତରଫରୁ ସେସବୁ ସମସ୍ୟାର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରିଛନ୍ତି ପ୍ରାର୍ଥୀ .

Exit mobile version