Site icon Awaj Media

ସାଂସଦ ଅପରାଜିତାଙ୍କ ପାଇଁ ଏସିଡ ଟେଷ୍ଟ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜିଲ୍ଲା ପରିଷଦ ଫଳାଫଳ ଉପରେ ନିର୍ଭର କରୁଛି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାରିବା ପଣିଆ . ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ତଥା ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେପି କେତେ ସଫଳ ହେଉଛି ତାହା ଉପରେ ସଭିଙ୍କ ନଜର . ଗତ ପଞ୍ଚାୟତ ନିର୍ବାଚନରେ ଖୋର୍ଦ୍ଧାରେ ବିଜେପି ଦଶଟି ଆସନ ଅକ୍ତିଆର କରିଥିବା ସମୟରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଚାରୋଟି ଆସନ ହାତେଇ ପାରିଥିଲା . ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ଅପରାଜିତା ବିଜୟୀ ହେବା ପରେ ଜିଲାରେ ବିଜେପି ସଂଗଠନ କେତେ ମଜବୁତ ହୋଇଛି , ତାହା ଫଳାଫଳ ପରେ ସ୍ପଷ୍ଟ ହେବ .

Exit mobile version