କଂଗ୍ରେସ ଷ୍ଟାଣ୍ଡ ରେ ବିଜେଡି ବ୍ୟାନର : ବଢୁଛି ଉତ୍ତେଜନା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ନିର୍ବାଚନ ତାରିଖ ପାଖେଇ ଆସୁଥିବା ସମୟରେ ବଢ଼ିବାରେ ଲାଗିଲାଣି ଆରୋପ ପ୍ରତ୍ୟାରୋପ . ପୋଷ୍ଟର ମରା ଓ ବ୍ୟାନର ଚିରା ପଇଁତରା କୁ ନେଇ ବାଙ୍କୀ ରାଜନୀତି ସରଗରମ . ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଦର୍ଶାଇ ବାଙ୍କୀ ପ୍ରଶାସନ ତରଫରୁ ୩୪ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ଗୀତାଞ୍ଜଳୀ ସ୍ୱାଇଁ ଙ୍କର ବ୍ୟାନର କୁ ଚିରା ଯାଇଥିଲା . ବାଙ୍କୀ ର ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣା ସମ୍ପର୍କରେ କିଛି ଫଟୋ ଏବଂ ତଥ୍ୟ ଥିବାରୁ ତାହାକୁ ଗାଇଡ଼ ଲାଇନ ର ଉଲ୍ଲଙ୍ଘନ କହି ବାଙ୍କୀ ପ୍ରଶାସନିକ ଅଧିକାରୀ ଏବଂ ପୁଲିସ ଉପସ୍ଥିତ ରହି ତାହାକୁ ହଟାଇଥିଲେ . ତେବେ ଯେଉଁ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ତାଙ୍କର ବ୍ୟାନର ମାରିଥିଲେ , ଠିକ ସେହି ସ୍ଥାନରେ ଗତକାଲି ରାତିରେ ବିଜେଡି ବ୍ୟାନର ମରାଯାଇଛି . ଏପରିକି ଡବଲ ମର୍ଡର ଘଟଣା ସହ ସମ୍ପୃକ୍ତ କିଛି କେଶ ର ଫଟୋ ମଧ୍ୟ ସେହି ବ୍ୟାନରରେ ସ୍ଥାନିତ ହୋଇଛି . ବିଜେଡି ପ୍ରାର୍ଥୀଙ୍କୁ ଭୋଟ ପ୍ରଦାନ ପାଇଁ ପ୍ରଚାର ସହିତ କେଶ ସମ୍ପର୍କୀତ କିଛି ପ୍ରଶ୍ନ ସ୍ଥାନିତ ଥିବା ବ୍ୟାନର ରେ ସୌଜନ୍ୟ ବୋଲି – ବିଜୁ ଛାତ୍ର ଜନତା ଦଳ ବାଙ୍କୀ ଉଲ୍ଲେଖ ରହିଛି .

Leave a Reply

Your email address will not be published. Required fields are marked *