ଉଦଘାଟିତ ହେଲା ନୂତନ ଫାଣ୍ଡି ଗୃହ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଡମପଡା ବ୍କକ ଅନ୍ତର୍ଗତ ବୃହତମ ଗ୍ରାମ ପଂଚାୟତ ତାଳବସ୍ତରେ ଥିବା ଫାଣ୍ତି କାର୍ଯ୍ୟାଳାୟର ନୂଆ କଳେବର ଘଟିଛି । ନିଜସ୍ୱ ସ୍ଥାନରେ ନିର୍ମିତ ନୂଆ ଅଟ୍ଟାଳିକାକୁ ଫାଣ୍ତି କାର୍ଯ୍ୟାଳୟ ସ୍ଥାନାନ୍ତରୀକରଣ କାର୍ଯ୍ୟକ୍ରମ ଶ୍ରୀପଞ୍ଚମୀ ତିଥିରେ ଅନୁଷ୍ଠିତ ହୋଇଯାଇଛି । ନୂତନ ଘର ଉଦଘାଟନ ପର୍ବରେ ବାଙ୍କୀ ଥାନାର ଭାରପ୍ରାପ୍ତ ଅଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀ , ତାଳବସ୍ତ ଫାଣ୍ତି ଅଧିକାରୀ ଅମରେନ୍ଦ୍ର ଦାସଙ୍କ ସହିତ ସ୍ଥାନୀୟ ବହୁ ବୁଦ୍ଧିଜୀବୀ ,ସମାଜସେବୀ ଉପସ୍ଥିତ ରହିଥିଲେ । ତାଳବସ୍ତ ଅଂଚଳଟି ଉଭୟ ରାଜନିତି ଓ ଭୌଗଳିକ ସୀମାରେଖାକରୀଣ ସହିତ ଦଳିତ ଆଦିବାସୀ ଜନସଂଖ୍ୟା ପାଇଁ ଏକ ସଂବେଦନଶୀଳ ଅଂଚଳ ଅଟେ । ଲୋକଙ୍କ ସୁରକ୍ଷା ପାଇଁ ତାଳବସ୍ତ ଫାଣ୍ତି ଏକ ରକ୍ଷା କବଚ ଭାବେ କାମ କରୁଛି । ଏହା ଉପରେ ପ୍ରାୟ ସାତୋଟି ଗ୍ରାମପଂଚାୟତର ଲକ୍ଷାଧିକ ଲୋକ ନିର୍ଭରଶୀଳ ଅଟନ୍ତି । ସୂଚନାଯୋଗ୍ୟ ଯେ ୧୯୭୦/ ୮୦ ମସିହାରେ ଅରପୁର ଏବଂ ପଦନପୁର ଗ୍ରାମର ଦୁଇ ରାଜନୈତିକ ପ୍ରତିଦ୍ୱନ୍ଦୀ ସ୍ୱର୍ଗତ ବାନାମ୍ବର ନାୟକ ଏବଂ ବରେନ୍ଦ୍ର ପାତ୍ରଙ୍କ ରାଜନୈତିକ ଦବଦବା କୁ ହଟେଇବା ସହିତ ତାଳବସ୍ତ ଖଡି ମାଇନିଂଗ ର ବାହାର ଆତିଥ୍ୟଙ୍କୁ ସୁରକ୍ଷା ଦେବା ପାଇଁ ତତ୍କାଳିନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଉକ୍ତ ଅଂଚଳରେ ତାଳବସ୍ତ ଫାଣ୍ତି ପ୍ରତିଷ୍ଠା ହୋଇଥିଲା । ବହୁ ବର୍ଷ ଧରି ଭଡାଘରେ କାର୍ଯ୍ୟାଳୟ ଚାଲିବାପରେ ଏବେ ନିଜସ୍ୱ ସ୍ଥାନରେ ସମସ୍ତ ପ୍ରକାର ସୁବିଧା ଥାଇ ନୂତନ ଅଟ୍ଟାଳିକା କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳର ଲୋକମାନେ ମୋ ସରକାରଙ୍କର ଗୃହ ବିଭାଗକୁ ପ୍ରଂଶସା କରିଛନ୍ତି ।

Leave a Reply

Your email address will not be published. Required fields are marked *