ପୌର ପରିଷଦ ନିର୍ବାଚନ ପାଇଁ ଭୋଟର ତାଲିକା ଉନ୍ମୋଚିତ ।।

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ଉନ୍ମୋଚିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ଉପସ୍ଥିତ ରହିଥିଲେ । ଜିଲ୍ଲାପାଳ ସୂଚନା ଦେଇ କହିଥିଲେ କି ପୌର ପରିଷଦର ନିର୍ବାଚନ ନିମନ୍ତେ ଭୋଟର ତାଲିକା ପ୍ରସ୍ତୁତି ପାଇଁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଜାନୁଆରୀ ୨୦୨୨ରେ ପ୍ରକାଶିତ ବିଧାନସଭା ଭୋଟର ତାଲିକାକୁ ଭିତ୍ତି କରି ପ୍ରାଥମିକ ଭୋଟର ତାଲିକା ପାରଳାଖେମୁଣ୍ଡି ପୌର ପରିଷଦର କାର୍ଯ୍ୟାଳୟରେ ପ୍ରକାଶନ କରାଯାଇଛି ଏବଂ ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଉକ୍ତ ଭୋଟର ଚାଲିକା ପାରଳାଖେମୁଣ୍ଡି କାର୍ଯ୍ୟାଳୟରେ ତାରିଖ ୧୧.୦୨.୨୦୨୨ରୁ ତାରିଖ ୧୫.୦୨.୨୦୨୨ ପର୍ଯ୍ୟନ୍ତ ଉନ୍ମୁକ୍ତ ରହିବ । ଭୋଟର ମାନଙ୍କୁ ଜଣାଇ ଦିଆଯାଇଛି ଯେ, ତାଙ୍କର ନାମ ସଂପୃକ୍ତ ୱାର୍ଡରେ ଠିକ୍‌ ଭାବେ ଭୋଟର ତାଲିକାଭୁକ୍ତ ହୋଇଛି କି ନାହିଁ ତନଖି କରି ନିଅନ୍ତୁ । ଯଦି କୌଣସି ଭୋଟରଙ୍କ ନାମ ବିଧାନସଭା ଭୋଟର ତାଲିକାଭୁକ୍ତ ଥାଇ ୱାର୍ଡ ୱାରୀ ପ୍ରସ୍ତୁତ ହୋଇଥିବା ପୌର ପରିଷଦ ଭୋଟର ତାଲିକାରେ ସ୍ଥାନ ପାଇ ନଥାଏ ତେବେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ, ସଂଶୋଧନ କରିବା ପାଇଁ ଫାରମ ନଂ III ରେ ଦରଖାସ୍ତ ନିମ୍ନ ସ୍ଵାକ୍ଷତକାରୀଙ୍କ କାର୍ଯ୍ୟାଳୟରେ ତାରିଖ ୧୧.୦୨.୨୦୨୨ରୁ ତାରିଖ ୧୬.୦୨.୨୦୨୨ ମଧ୍ୟରେ ଦାଖଲ କରି ପାରିବେ ଏବଂ ଯେଉଁ ମାନଙ୍କର ନାମ ଭୁଲ ୱାର୍ଡରେ ଅନ୍ତର୍ଭୁକ୍ତ ହୋଇଥିବା ସେମାନେ ମଧ୍ୟ ସଂଶୋଧନ ପାଇଁ ଫାରମ ନଂ IV ରେ ଦରଖାସ୍ତ ତାରିଖ ୧୧.୦୨.୨୦୨୨ରୁ ତାରିଖ ୧୬.୦୨.୨୦୨୨ ମଧ୍ୟରେ ଦାଖଲ କରି ପାରିବେ । ପ୍ରାଥମିକ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା କୌଣସି ଭୋଟରଙ୍କର ନାମ ସଂପର୍କରେ ଆପତ୍ତି ଫାରମ ନଂ IV ରେ ଉପରୋକ୍ତ ତାରିଖ ମଧ୍ୟରେ ଦାଖଲ କରିପାରିବେ । ଫାରମ ନଂ III ଓ ଫାରମ ନଂ IV ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ବିନା ମୂଲ୍ୟରେ ମିଳିପାରିବ । ଯଦି ନିର୍ଦ୍ଧାରିତ ଛପା ଫାରମ ନ ମିଳେ, ତେବେ ତାହାର ଅବିକଳ ନକଲ ହାତରେ ଲେଖି ଅଥବା ଟାଇପ, ଫଟୋକପି କିମ୍ବା ସାଇକ୍ଲୋଷ୍ଟାଇଲ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାଖଲ କରିପାରିବେ ।

Leave a Reply

Your email address will not be published. Required fields are marked *