ବାଙ୍କୀ // ଡମପଡା ( ଆୱାଜ ମିଡିଆ ) – ବ୍ୟୁରୋ ରିପୋର୍ଟ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପେକ୍ଷୀରେ ଡମପଡା ବ୍ଲକରେ ବିଭିନ୍ନ ପ୍ରାର୍ଥିଙ୍କ ପକ୍ଷରୁ ନିର୍ବାଚନ ପ୍ରଚାର କାର୍ଯ୍ୟ ଜୋରଧରିବାରେ ଲାଗିଲାଣି । ଆଜି ପୂର୍ବାହ୍ନରେ ଜୋନ -38 କଂଗ୍ରେସ ଜିଲ୍ଲା ପରିଷଦ ପାର୍ଥି ପ୍ରଶାନ୍ତ କୁମାର ମହାନ୍ତି ଦଳୀୟ କର୍ମୀ ଓ ସମର୍ଥକ ଙ୍କ ଗହଣରେ ନିର୍ବାଚନୀ ପ୍ରଚାରରେ ସରପଞ୍ଚ ପାର୍ଥିନୀ ଗିତାଞ୍ଜଳି ନାଏକ ଓ ସମିତିସଭ୍ୟ ପାର୍ଥି ପିତନ୍ କୁମାର ନାଏକ ଦୁଲଣାପୁର ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ନିଜ ସପକ୍ଷରେ ସମର୍ଥନ ଓ ଭୋଟ ଭିକ୍ଷା କରିଥିଲେ । ଏହି ନିର୍ବାଚନୀ ପ୍ରଚାରରେ ପ୍ରତ୍ୟେକ ମତଦାତା ମାନଙ୍କୁ ଘରକୁ ଘର ବୁଲି ଜିଲ୍ଲା ପରିଷଦ , ସରପଞ୍ଚ , ଓ ସମିତିସଭ୍ୟ ତାଙ୍କ ପ୍ରାର୍ଥୀତ୍ର ସମ୍ପର୍କରେ ବୁଝାଇ ସମର୍ଥନ ଓ ଭୋଟଭିକ୍ଷା କରିଥିଲେ । ଆଜିର ଏହି ନିର୍ବାଚନୀ ପ୍ରଚାରରେ ଦୁଲଣାପୁର ପଞ୍ଚାୟତର ଦୁଲଣାପୁରଗ୍ରାମ, ଇନ୍ଦିରାଆବାସ,ବାରବାଟୀ, ଗ୍ରାମକୁ ଯାଇ ମତଦାନଙ୍କୁ ଭୋଟିଥିଲେ । ଏହି ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ତଥା କଟକ ଜିଲ୍ଲା ଉପସଭାପତି କୁବେର ଚୈଧୁରୀ, ପୂର୍ବତନ ସମିତିସଭ୍ୟ ଲକ୍ଷ୍ମୀଧର ପରିଡ଼ା, ସୂର୍ଯ୍ୟମଣୀ ନାୟକ, ବିଜୟ ସାହୁ , ସକ୍ଷୀତ ନାୟକ, ନିରଞ୍ଜନ ସାହୁ, ନଟିଆ ରଣା, ତ୍ରିନାଥ ନାୟକ,ପ୍ରମୁଖ ପ୍ରଚାର ଅଭିଯାନର ସାମିଲ ହୋଇଥିଲେ ।
ଦୁଲଣାପୁର ପଞ୍ଚାୟତରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ପ୍ରଚାର ।।।

