Site icon Awaj Media

ଆଦିବାସୀପଡା ବାସିନ୍ଦାଙ୍କ ଉଚ୍ଛେଦ ନେଇ ସରକାର ସମୟ ଦିୟନ୍ତୁ : ସମାଜସେବୀ ସରୋଜିନୀ ମହାପାତ୍ର ।

Spread the love

କଟକ ସଦର ( ଆୱାଜ୍ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର କନ୍ଦରପୁର ରେଳପଥ କ୍ରସିଂ ଯାହାକି ରେଳ ସଂଯୋଗ କଟକ ପାରାଦୀପ ଏବଂ ଏହି ରେଳପଥ କଟକ ଜଗତସିଂହପୁର ରାସ୍ତାଦେଇ ଯାଇଛି ରେଳ ଓଭର ବ୍ରିଜ୍ ନେଇ ସରକାର ପ୍ରସ୍ତୁତି ନେଉଥିବାବେଳେ ରେଳ ଧାରଣା ପାର୍ଶ୍ବରେ ରହୁଥିବା ଆଦିବାସୀ ସମ୍ପ୍ରଦାୟର ପରିବାରକୁ ପ୍ରଶାସନ ଅନ୍ୟତ୍ର ସ୍ଥାନାନ୍ତରିତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍ଥାନାନ୍ତର କିପରି ସମ୍ଭବ ଏତେ ଶୀଘ୍ର ସେଥିପାଇଁ ଚିନ୍ତାରେ ଆଦିବାସୀ ପଡାର ବାସିନ୍ଦା। ସରକାର ଏହି ବାସିନ୍ଦାଙ୍କୁ ସମୟ ଦେବାକୁ କବୟିତ୍ରୀ ତଥା ସମାଜସେବୀକା ସରୋଜିନୀ ମହାପାତ୍ର ନିବେଦନ କରିଛନ୍ତି । ଶୀତ ଦିନେ ଅନ୍ୟତ୍ର ସ୍ଥାନାନ୍ତର ହେବ ବହୁତ କଷ୍ଟସାଧ୍ୟ ମଧ୍ୟ । ସମାଜସେବୀକାଙ୍କ ଏହି ଆଦିବାସୀ ସମ୍ପ୍ରଦାୟରଙ୍କ ହିତ ପାଇଁ ସ୍ୱର ଉଠାଇବାକୁ ଓ ଏପରି ମାନବୀୟ କାର୍ଯ୍ୟକୁ ଅଂଚଳ ବାସିନ୍ଦା ଭୂୟସୀ ପ୍ରଶଂସା କରିଛନ୍ତି ।

Exit mobile version