ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ପ୍ରତେକ ବର୍ଷ ପରି ଚଳିତବର୍ଷ ମଧ୍ୟ ଆମ ପରିବାର ଆନୁକୂଲ୍ୟରେ ଜଗତ କଲ୍ୟାଣ ନିମନ୍ତେ ଦିବ୍ୟଦୀପ ପ୍ରଜ୍ବଳନ ହରି ଓଁ ବାବା ଧୁନି ମଣ୍ଡପରେ ଅନୁଷ୍ଠିତ ହୋଇ ଯାଇଛି | ବିଶ୍ୱରେ ଆଧ୍ୟାତ୍ମିକ ଜନଚେତନା ଜାଗ୍ରତ କରିବା ଓ ଭଗବତ ଗୀତାର ବାଣୀ କୁ ଘରେ ଘରେ ପହଞ୍ଚାଇବା ଲକ୍ଷ ନେଇ ସାମାଜିକ ଆଧ୍ୟାତ୍ମିକ ସଂଗଠନ “ଆମ ପରିବାର” ଏହିଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପ୍ରତେକ ବର୍ଷ ଖଣ୍ଡଗିରି କୁମ୍ଭମେଳା ରେ କରିଥାଏ | ଯଜ୍ଞ , ସମୂହ ଦୀପଦାନ , ଅନ୍ନଦାନ , ଓ ବସ୍ତ୍ର ବଣ୍ଟନ ଆଦି କରିଥାଏ | ଆଜି ହରି ଓଁ ବାବା ଧୁନି ମଣ୍ଡପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସଂଗଠନ ର ମୁଖ୍ୟ ବାପୁ ଓଝାଙ୍କ ଉପସ୍ଥିତରେ ସଂଗଠନର ସଭାପତି ହେମନ୍ତ ସିଂହ ସଭାକାର୍ଯ୍ୟ ପରିଚାଳନା କରିଥିଲେ | ବିଶିଷ୍ଟ ସୁବକ୍ତା ତଥା ସାହିତ୍ୟିକ ଡ଼. ସୁରେନ୍ଦ୍ର ନାଥ ତ୍ରିପାଠୀ ଯୋଗଦେଇ ଆଧ୍ୟାତ୍ମିକ କ୍ଷେତ୍ରରେ ମଣିଷମାଙ୍କର କେଉଁଭଳି ଉନ୍ନତି ହୋଇପାରିବ ସେ ଦିଗରେ ଆଲୋକପାତ କରିଥିଲେ | କୋଡିଏ ଜଣ ସାଧୁଙ୍କୁ ଉତ୍ତରୀୟ ଓ ମାତାଜି ମାନଙ୍କୁ ବସ୍ତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା | ଏହାସହ ଜଗତ କଲ୍ୟାଣ ନିମନ୍ତେ ଦିବ୍ୟଦୀପ ପ୍ରଜ୍ବଳନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ସ୍ତମ୍ଭକାର ସୁବୋଧ କୁମାର ସାହୁ , ସମାଜସେବୀ ଶ୍ରୀମତୀ ପୁଷ୍ପଲତା ନାୟକ , ସମାଜସେବୀ ସୁଲତା ସାହାଣୀ , ସମାଜସେବକ ରୋହିତ କୁମାର , ବଂଶୀ ବାଦକ ପ୍ରମୋଦ କୁମାର ପତି ଓ ଅନ୍ୟାନ୍ୟ ସାଧୁସନ୍ଥ , ଜ୍ଞାନୀଗୁଣି ମାନେ ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ ଆମ ପରିବାରର ମୁଖ୍ୟ ପରିଚାଳକ ସତ୍ୟ ଜେନା |
ଦିବ୍ୟଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

