Site icon Awaj Media

ବିଶୃଙ୍ଖଳା କାରଣରୁ ଭାଙ୍ଗିଲା ମା’ ବୁଢୀ ଘରୋଇ ଆମ୍ବୁଲାନ୍ସ ସଂଘ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛ ଗେଟ୍ ସାମନାରେ ଗଢ଼ା ଯାଇଥିବ। ମା’ ବୁଢୀ ଘରୋଇ ଆମ୍ବୁଲାନ୍ସ ସଂଘ ତେର ତାରିଖ ଦିନ ଆଭ୍ୟନ୍ତରୀଣ ବିଶୃଙ୍ଖଳା କାରଣରୁ ଭାଙ୍ଗି ଯାଇଛି । ଘରୋଇ ଆମ୍ବୁଲାନ୍ସ ସଂଘରେ ୧୫ରୁ ଅଧିକ ସଦସ୍ୟ ଥିବାବେଳେ କ୍ରମାନ୍ୱୟରେ ରୋଗୀ ଏବଂ ମୃତକଙ୍କ ଶବ ନେବା ପାଇଁ ତେର ଦିନ ତଳେ ଏହି ସଂଘଟି ଗଢିଥିଲେ । ତେବେ ଜଣେ ଆମ୍ବୁଲାନ୍ସ ଚାଳକଙ୍କ ଅଭିଯୋଗ ଅନୁଯାୟୀ ରବିବାର ବିଦ୍ୟୁତ୍ ଦୁର୍ଘଟଣାରେ ମୃତ ଜଣେ ଯୁବକର ଶବ ମୁର୍ଶିଦାବାଦ ନେବା ପାଇଁ ଜଣେ ସଦସ୍ୟ ତାଙ୍କ କ୍ରମରେ ନଯାଇ ଅଧିକ ଭଡ଼ା ଲୋଭରେ ସେ ଜାଗାକୁ ଯିବା ପାଇଁ ଅଡି ବସିଥିଲେ ଏବଂ ଯାଇଥିଲେ । ଫଳରେ ଅପରାହ୍ନ ରେ ଏ ଘଟଣା କୁ ନେଇ ଆମ୍ବୁଲାନ୍ସ ମାଲିକଙ୍କ ମଧ୍ୟରେ ବଚସା ଏବଂ ଗଣ୍ଡଗୋଳ ଘଟି ଚୌକି ଟେବୁଲ୍ ଭଙ୍ଗା ରୁଜା କରାଯିବା ସହିତ ସଂଘ ଭାଙ୍ଗି ଯାଇଥିଲା ।

Exit mobile version