Site icon Awaj Media

ବାଣପୁର – ବାଲୁଗାଁ ବାଇପାସରେ ଲେଉଟିଲା ପେଟ୍ରୋଲ ବୋଝେଇ ଟ୍ୟାଙ୍କର !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର – ବାଲୁଗାଁ ବାଇପାସରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି । ଏକ ପେଟ୍ରୋଲ ବୋଝେଇ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଖବର ହସ୍ତଗତ ହୋଇଛି । ଭୁବନେଶ୍ୱର ରୁ ବ୍ରହ୍ଣପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଭାରତ ପେଟ୍ରୋଲିୟମର ଟ୍ୟାଙ୍କର ଟି ରାସ୍ତା ଉପରେ ଲେଉଟି ପଡିଛି । କିନ୍ତୁ ସ୍ଥାନୀୟ ଲୋକମାନେ ଜୀବନକୁ ଖାତିର ନକରି ଆଟି ବିପଦଜନକ ଭାବରେ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ପେଟ୍ରୋଲ ଚୋରୀ କରି ନେଉଥିବା ଦେଖିବାକୁ ମିଳିଛି । ଖବର ପାଇ ବାଣପୁର ଆଇଆଇସି, ବାଲୁଗାଁ ଆଇଆଇସି ଏବଂ ଉଭୟ ଥାନାର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏତଦ ବ୍ୟତୀତ ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କରୁଛି ।

Exit mobile version