Site icon Awaj Media

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ସ୍ଵର୍ଗତ ଧନଞ୍ଜୟ ମହାନ୍ତିଙ୍କ ୩୧ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ପୂଜ୍ୟ ପୂଜା ଭବନ ପଟଣା ଠାରେ ବିଶିଷ୍ଟ ସମାଜସେବୀ, ମାନ୍ୟବର ବିଧାୟକ, ସାଂସଦ, ପ୍ରବୀଣ ଅଭିବକ୍ତା, ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ରାଜନେତା ତଥା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସ୍ୱର୍ଗତ ଧନଞ୍ଜୟ ମହାନ୍ତିଙ୍କ ୩୧ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରାଧ୍ୟାପକ ଡଃ. ସେକ୍ କଲିମୁଲ୍ଲାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସମ୍ମାନୀୟ ଅତିଥି ଭାବେ ପ୍ରତିଷ୍ଠାନର ଉପଦେଷ୍ଟା କବୟିତ୍ରୀ ସରୋଜ ନଳିନୀ ପରିଜା,ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସ, ସମାଜସେବୀ ପ୍ରଭାତ କୁମାର ଖଟୁଆ, ଉପେନ୍ଦ୍ର ବାରିକ, ଉତ୍କଳ ଯାଦବ ମହାସଭା କାର୍ଯ୍ୟାଳୟ ସମ୍ପାଦକ ବୁଲେଇ ବେହେରା, ଶୁଭେନ୍ଦୁ ବରଣ ଦାସ ମହାପାତ୍ର, ଶ୍ରାବନ୍ତୀକା ମହାନ୍ତି, ରାମଚନ୍ଦ୍ର ଖୁଣ୍ଟିଆ, ମାଧବ ପରିଡ଼ା, କୁନା ମଲିକ, ପୂର୍ଣ୍ଣଚନ୍ଦ୍ର ରାଉତରାୟ, ନିଶିକାନ୍ତ ଦାସ ଓ ରାମ ଶଙ୍କର ତରାଇ ପ୍ରମୁଖ ଉପସ୍ଥିତ ଥିଲେ । ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version