ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭକ୍ତି ସଙ୍ଗୀତ ସଂସଦ ଓ ପୂଣ୍ୟତୀର୍ଥ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଭାଗୀରଥୀ ପାଢି ସ୍ମୃତି କଳା ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ସଙ୍ଗୀତଜ୍ଞ ତଥା ଆୟୁର୍ବେଦାଚାର୍ଯ୍ୟ ସ୍ୱର୍ଗତ ଗୋଷ୍ଠଚନ୍ଦ୍ର ପାତ୍ର ଙ୍କ ବିୟୋଗରେ ଅନୁଷ୍ଠାନର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମହନ୍ତ ଶ୍ରୀ ରାମାନନ୍ଦଜୀ , ସମ୍ମାନୀତ ଅତିଥି ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗଦେଇ ସ୍ୱର୍ଗତ ପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ । ଅନୁଷ୍ଠାନର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ ନିଜ ବକ୍ତବ୍ୟରେ ସଙ୍ଗୀତ ଓ ଆୟୁର୍ବେଦ ଜଗତର ଏକ ତାରକା ପାରଳା ମାଟିରୁ ବିଦାୟ ନେଇଥିବା ପ୍ରକାଶ କରିଥିଲେ । ଆଡଭୋକେଟ ହୀରାଚାନ୍ଦ ଯୋଗଦେଇ ସ୍ୱର୍ଗତ ପାତ୍ରଙ୍କ ପରିବାର , ରୋଗୀସେବା ତଥା ସଙ୍ଗୀତ ଶିକ୍ଷାଦାନ ବିଷୟରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ । ସେହିପରି ଶ୍ରୀମଟି ଆଶାଲତା ପାଣିଗ୍ରାହୀ, ଡ. କଲ୍ୟାଣୀ ମିଶ୍ର, ଶ୍ରୀମଟି ଈତିଶ୍ରୀ ମହାପାତ୍ର , ଶ୍ରୀମଟି ସ୍ନିଗ୍ଧା ମିଶ୍ର, ସୁଶ୍ରୀ ମାତଙ୍ଗୀନି ଗୁରୁ, କୈଳାସ ଗୌଡ, ରବୀନ୍ଦ୍ରନାଥ ପାଢୀ, କୁଞ୍ଜ ବିହାରୀ ବଡକୁମର, ହେମନ୍ତ ପଟ୍ଟନାୟକ ଯୋଗଦେଇ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ , ସ୍ୱର୍ଗତ ପାତ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଗୁରୁ ରଘୁନାଥ ପାତ୍ରଙ୍କ ବଡ ଭ୍ରାତା ଅଟନ୍ତି । ଭକ୍ତି ସଙ୍ଗୀତ ସଂସଦ ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ରାଜେନ୍ଦ୍ର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
ସଙ୍ଗୀତଜ୍ଞ ତଥା ଆୟୁର୍ବେଦାଚାର୍ଯ୍ୟ ସ୍ୱର୍ଗତ ଗୋଷ୍ଠଚନ୍ଦ୍ର ପାତ୍ରଙ୍କ ବିୟୋଗରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି !!!

