Site icon Awaj Media

ନୟାଗଡ ସଦର ୧୩ ନମ୍ବର ଜୋନ ରେ ତିନି ପ୍ରମୂଖ ଦଳର ଜୋରଦାର ପ୍ରଚାର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସଦର ବ୍ଲକ ୧୩ ନମ୍ବର ଜିଲ୍ଲା ପରିଷଦ ଜୋନ ରେ ତିନି ପ୍ରମୁଖ ଦଳର ଜୋରଦାର ପ୍ରଚାର । ଏହି ଜୋନରେ ପ୍ରତିଦ୍ୱନ୍ଦିତା ଯେମିତି ପ୍ରଚାର ବି ତା ଠାରୁ ଅଧିକ । ଦୁଇ ପ୍ରମୁଖ ବିଜେପି ଏବଂ ବିଜେଡି ମଧ୍ୟରେ ହେଉଛି କଡା ଟକ୍କର । ଯେକୌଣସି ମତେ ୧୩ ନମ୍ବର ଜୋନ କୁ ଅକ୍ତିଆର କୁ ନେବାପାଇଁ ଦୁଇ ଦଳ ଚଳାଇଛନ୍ତି ନିଜ ନିଜର ରଣନୀତି । ବିଜେପି ପ୍ରାର୍ଥୀ ନସିର ଅହମ୍ମଦ ଙ୍କ ସପକ୍ଷରେ ଭୋଟ ଆଣିବା ପାଇଁ ବରିଷ୍ଠ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରଚାର ମଇଦାନ କୁ ଓହ୍ଲାଇଥିବା ଥିବା ବେଳେ ବିଜେଡି ପ୍ରାର୍ଥୀ କ୍ଷିରୋଦ ଚନ୍ଦ୍ର ମହାପାତ୍ର ଙ୍କ ସପକ୍ଷରେ ଟିଭି ସିରିୟାଲ ଅଭିନେତ୍ରୀ ସୋଫିଆ ଆଲମ ପ୍ରଚାର କରୁଛନ୍ତି । ଏହି ଜୋନରେ ସାଇଲେଣ୍ଟ ଭୋଟର ମାନେ ଘାତକ ସାଜି ପାରନ୍ତି ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି । ଦୁଇ ଦଳର ହାଇ ପ୍ରୋଫାଇଲ୍ ପ୍ରଚାର ରେ ଭୋଟର ମାନଙ୍କ ମତଦାନ କାହା ସପକ୍ଷରେ ଯାଉଛି ନିର୍ବାଚନ ଫଳାଫଳ ପ୍ରକାଶ ପରେ ଜଣାପଡ଼ିବ ।

 

Exit mobile version