Site icon Awaj Media

ନୟାଗଡ଼ ସଦର ବ୍ଲକ ନବଘନପୁର ପଞ୍ଚାୟତ ରେ ହାଇ ପ୍ରୋଫାଇଲ ପ୍ରଚାର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସଦର ବ୍ଲକ ନବଘନପୁର ପଞ୍ଚାୟତ ରେ ଦେଖିବାକୁ ମିଳିଛି ହାଇ ପ୍ରୋଫାଇଲ ପ୍ରଚାର । ଦୁଇ ସରପଞ୍ଚ ପ୍ରାର୍ଥୀ ଙ୍କ ମଧ୍ୟରେ ହେଉଛି କଡା ଟକ୍କର । ଗୋଟିଏ ଗ୍ରାମରେ ଦୁଇ ପ୍ରାର୍ଥୀ ଙ୍କ ମୁହାଁମୁହିଁ ପ୍ରଚାର ସରଗରମ କରୁଛି ରାଜନୀତିକୁ । ସୂର୍ଯ୍ୟ ଚିହ୍ନରେ ଲଢ଼ୁଥିବା ବିଜେଡି ସମର୍ଥିତ ପ୍ରାର୍ଥୀ ଚିତ୍ତରଞ୍ଜନ ଭଞ୍ଜ ବିଜେଡି ସମର୍ଥକ ମାନଙ୍କୁ ନେଇ ପ୍ରଚାର ଚଳାଇଥିବା ବେଳେ ଖୋଲା ବହି ଚିହ୍ନରେ ପ୍ରାର୍ଥୀ ହୋଇଥିବା କବିରାଜ ସାହୁ ପୂର୍ବତନ ସରପଞ୍ଚ ମାନଙ୍କୁ ନେଇ ପ୍ରଚାର କରୁଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଙ୍କ ସହିତ ପ୍ରଚାର କରି ଜିଲ୍ଲା ପରିଷଦ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ପ୍ରଚାର କରିବା ଭୋଟର ମାନେ କେତେ ଗ୍ରହଣ କରିବେ ନିର୍ବାଚନ ଫଳାଫଳ ପରେ ଜଣାପଡ଼ିବ ।

 

Exit mobile version