Site icon Awaj Media

ନିର୍ବାଚନ ପ୍ରଚାର ବେଳେ ଅସୁସ୍ଥ ହୋଇ ପଡିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନିର୍ବାଚନ ପ୍ରଚାର ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହଠାତ ଅସୁସ୍ଥ ହୋଇ ପଡିଛନ୍ତି । ବର୍ତ୍ତମାନ ବିଧାୟକ ଶ୍ରୀ ଜଗଦ୍ଦେବ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ମେଡିକାଲ ଇନଚାର୍ଜ ଡାକ୍ତର ରମାକାନ୍ତ ନାୟକଙ୍କ ସୂଚନା ମୁତାବକ ବିଧାୟକ ଆଜି ଅପରାହ୍ନରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ସହିତ ତାଙ୍କ ଶରୀରରେ ଅମ୍ଳଜାନ ସ୍ତର କମିଯିବାରୁ ସେ ଏଠାରେ ଚିକିତ୍ସିତ ହେଉଛନ୍ତି । ତେବେ ବର୍ତ୍ତମାନ ବିଧାୟକଙ୍କୁ ଅମ୍ଳଜାନ ଦିଆଯାଉଥିବା ବେଳେ ଏକାଧିକ ଟେଷ୍ଟ ମଧ୍ୟ ହୋଇଛି । ତେବେ ଉନ୍ନତ ଚିକିତ୍ସା ପାଇଁ ବର୍ତ୍ତମାନ ବିଧାୟକଙ୍କୁ ଏମ୍ସ ହସ୍ପିଟାଲକୁ ରେଫେର କରାଯିବ ବୋଲି ଡାକ୍ତର ନାୟକ କହିଛନ୍ତି । ସୂଚନା ଥାଉକି ଆଜି ଅପରାହ୍ନ ରେ ଦେଓଗାଁ ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସମୟରେ ବିଧାୟକ ହଠାତ ଅସୁସ୍ଥତା ଅନୁଭବ କରିବାରୁ ଆଶୁ ଚିକିତ୍ସା ପାଇଁ ତାଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ବିଧାୟକଙ୍କ ନିକଟରେ ତାଙ୍କ ଧର୍ମପତ୍ନୀଙ୍କ ସମେତ ଅନେକ ଦଳୀୟ କର୍ମୀ ଉପସ୍ଥିତି ରହିବା ସହ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।

Exit mobile version