Site icon Awaj Media

ଦୁଲଣାପୁର ଗ୍ରାମପଞ୍ଚାୟତ ରେ ସରପଞ୍ଚ ପ୍ରାର୍ଥନୀ ନିରୁପମା ନାୟକଙ୍କ ପ୍ରତି ବଢୁଛି ସମର୍ଥନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଳକ ଅଧିନ ଦୁଲଣାପୁର ଗ୍ରାମପଞ୍ଚାୟତ ରେ ସରପଞ୍ଚ ପଦବୀ ପାଇଁ ୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେମାନଙ୍କ ମଧ୍ୟରେ ଉଚ୍ଚ ଶିକ୍ଷତା ନିରୁପମା ନାୟକଙ୍କ ପ୍ରତି ଭୋଟର ମାନଙ୍କ ସମର୍ଥନ ବଢିବାରେ ଲାଗିଛି । ସମାଜସେବା ପ୍ରତି ମନ ବଳାଇଥିବା ଏହି ମହିଳାଙ୍କ ରାଜନୈତିକ ଭବିଷ୍ୟତ ପ୍ରତି ଭୋଟର ମାନଙ୍କ ଆର୍ଶୀବାଦ ରହିଥିବା ଦେଖିବାକୁ ମିଳିଛି । ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥନୀ ନିରୁପମା ଘରକୁ ଘର ବୁଲି ପ୍ରଚାର କରି ଭୋଟର ମାନଙ୍କ ଆସ୍ଥାଭାଜନ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ପଞ୍ଚାୟତ ଅଧିନରେ ବାରବାଟୀ, ହାମିରା , ଇନ୍ଦିରା ଆବାସ ପଡା , ଅରପୁର ପ୍ରମୁଖ ଗାଁ ମାନଙ୍କରେ ବୁଲି ମାଛ ଚିହ୍ନରେ ଭୋଟ ଦେଇ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବାକୁ ନିବେଦନ କରିଛନ୍ତି ।

Exit mobile version