Site icon Awaj Media

ପ୍ରସିଦ୍ଧ ଚକ୍ରପାଣି ମହୋତ୍ସବ ମହା ସମାରୋହରେ ଶେଷ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଚଳିତ ମାଘ ମାସ ୧୦ ତାରିଖରୁ ଆରମ୍ଭ ହୋଇଥିବା ବିଲିପଡା ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଭାଗବତ ଗୋସ୍ୱାମୀ ( ଚକ୍ରପାଣି ) ଙ୍କ ପଞ୍ଚଦଶ ବାର୍ଷିକ କଳସ ଯାତ୍ରା ଓ ମହୋତ୍ସବ ୧୬ ତାରିଖରେ ଶେଷ ହୋଇଛି । କାର୍ଯ୍ୟକ୍ରମ ଅବସରରେ ପ୍ରତିଦିନ ଭାଗବତ ପଠନ ଓ ଯଜ୍ଞ ଅନୁଷ୍ଠିତ ହେଉଥିଲା । ପ୍ରଥମ ଦିନର କଳସ ଯାତ୍ରାରେ ପ୍ରାୟ ହଜାର ହଜାର ଶ୍ରଦ୍ଧାଳୁ କୋଭିଡ କଟକଣା ଭିତରେ ରେଣୁକା ଘାଟରୁ ପାଣି ଆଣି ମନ୍ଦିରରେ ଢାଳିଥିଲେ । ପ୍ରତିସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରାମ ନାଟକ ଗୁଡିକୁ ସ୍ଥାନୀୟ ଅଞ୍ଚଳର ଲୋକ ମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପଭୋଗ କରୁଥିଲେ । ଅନ୍ତିମ ଦିନର ପୂର୍ଣ୍ଣାହୁତୀ ଓ ପ୍ରସାଦ ସେବନ ଥିଲା ଚକ୍ରପାଣିଙ୍କ ବିଶେଷ ଆକର୍ଷଣ । ଏଠାରେ ସୂଚନାଯୋଗ୍ୟ ଯେ, ବିଲିପଡାର ଭାଗବତ ଗୋସ୍ୱାମୀ ଦେବ ହେଉଛନ୍ତି ପ୍ରତ୍ୟକ୍ଷ ଦେବ । ଭକ୍ତର ମାନସିକ ପୁରଣ କରିଥାନ୍ତି । ତେଣୁ ପ୍ରତିବର୍ଷ ଓଡିଶାର କୋଣ ଅନୁକୋଣରୁ ଭକ୍ତମାନେ ଏହି ମାଘସପ୍ତମୀ ଉତ୍ସବର କଳସ ଯାତ୍ରାରେ ଭାଗ ନେଇଥାନ୍ତି । ଚଳିତ ବର୍ଷ ଶାନ୍ତିଶୃଂଖଳା ରକ୍ଷା ପାଇଁ ସ୍ଥାନୀୟ ତାଳବସ୍ତ ଫାଣ୍ତି ଏବଂ ବାଙ୍କୀ ଥାନା ତରଫରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଚକ୍ରପାଣିଙ୍କର ସପ୍ତାହ ବ୍ୟାପି ମହୋତ୍ସବରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ,ରାଜ୍ୟ କଂଗ୍ରେସ ଉପ ସଭାପତି ଦେବାଶିଷ ପଟ୍ଟନାୟକ, ବିଜେପିର ବିଧାୟକ ପାର୍ଥି ଶୁଭ୍ରାଂଶୁ ମୋହନ ପାଢୀ ପ୍ରମୂଖ ଉପସ୍ଥିତ ରହି ଚକ୍ରପାଣିଙ୍କ ଦର୍ଶନ କରିଥିଲେ ।

Exit mobile version