Site icon Awaj Media

ଚିନ୍ମୟ ଫାଉଣ୍ଡେସନ ତରଫରୁ କଳାହାଣ୍ଡିରେ ସଚେତନତା କାର୍ଯ୍ୟକ୍ରମ !!!

Spread the love

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମ୍ପ୍ରତି ମହାମାରୀ କରୋନା ଓ ଓମିକ୍ରନକୁ ଧରା ପୃଷ୍ଠରୁ ସମ୍ପୁର୍ଣ୍ଣ ଭାବରେ ବିନାଶ କରିବା ସହ ସୁନ୍ଦର ସମାଜ ଗଢ଼ିବା ନିମନ୍ତେ ନିରସ୍ତ୍ର ସୈନିକ ସାଜି ଜୀବନକୁ ବାଜି ଲଗାଇ ଲଢ଼ୁଛନ୍ତି ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନର କର୍ମକର୍ତ୍ତା ମାନେ । ମହାମାରୀରେ ଜୀବନ ଓ ଜୀବିକା ହରାଇଥିବା ପରିବାରର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା ନିମନ୍ତେ ଅଣ୍ଟା ଭିଡିଛନ୍ତି ଏହି କର୍ମକର୍ତ୍ତା ମାନେ । ଆଜକୁ ଦୀର୍ଘ ୬୯୭ ଦିନ ଧରି ନିରବଚ୍ଛିନ୍ନ ପ୍ରକ୍ରିୟାରେ ଜାରି ରହିଛି ଏହି ଅଭିଯାନ । ଅସଚେତନକୁ ସଚେତନ କରିବା ଓ ଅସହାୟର ମୁହଁରେ ହସ ଫୁଟାଇବା ଏହି ଉଦ୍ଦେଶ୍ୟରେ ଫାଉଣ୍ଡେସନ ତା’ର ଏକଶତ ତମ ସାପ୍ତାହିକ ସଚେତନତା କାର୍ଯ୍ୟକ୍ରମର ଦିନସଂଖ୍ୟା ୬୯୩ ରୁ ଦିନ ସଂଖ୍ୟା ୬୯୭ ପର୍ଯ୍ୟନ୍ତ ୫ ଦିନ ଧରି କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ମହାମାରୀ କରୋନା ଓ ଓମିକ୍ରନ ସମ୍ପର୍କରେ ସଚେତନ କରାଇଥିଲେ । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ସଂଯୋଜକ କମଳ ଚଣ୍ଡୀଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀ ପଦ୍ମନାଭ ମାଝୀ, ମାଧବ ନାଗ, ଦୁର୍ବଳ ମାଝୀ, କଷ୍ଟି ଭଏସାଲ, ସଦାଶିବ ବାଗ, ଘନଶ୍ୟାମ ମାଝୀ ଆଦି ପରିଚାଳନା କରୁଥିବାର ଦେଖିବାକୁ ମିଳିଛି ।

Exit mobile version